Fri. Mar 6th, 2026

ଜମ୍ମୁ ଓ କଶ୍ମୀର: ବିଜବେହାରା ସହରରେ ଏନ୍‌କାଉଣ୍ଟର୍‌, ଦୁଇ ଆତଙ୍କବାଦୀ ନିହତ

195 Views

ନୂଆଦିଲ୍ଲୀ: ଗୁରୁବାର ସକାଳେ ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲା ଅନ୍ତର୍ଗତ ବିଜବେହାରା ସହରରେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ କରି ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ଆର୍ମିର ୩ଆର୍‌ଆର୍‌ ଏବଂ ସ୍ପେସାଲ୍‌ ଅପରେସନ୍‌ ଗ୍ରୁପ୍‌ ବନଗାନ୍ଧର୍‌ ମୋହଲ୍ଲା ସହରରେ କର୍ଡନ୍‌ ଓ ସର୍ଚ ଅପରେସନ୍‌ ଆରମ୍ଭ କରିଥିଲା ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ଆତଙ୍କବାଦୀମାନେ ଉପସ୍ଥିତ ଥିବା କଥା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିବା ପରେ ସେମାନେ ଏହି ଅଭିଯାନ ଆରମ୍ଭ କରିଥିଲେ।

ସନ୍ଦିଗ୍ଧ ସ୍ଥାନରେ ମିଳିତ ଦଳ ଯୋର୍‌ଦାର୍‌ ତଲାସ ଆରମ୍ଭ କରିବାରୁ ଆତଙ୍କବାଦୀମାନେ ଆଖିବୁଜା ଗୁଳି ଚାଳନା କରିଥିଲେ। ତାହାର ମୁକାବିଲା ପାଇଁ ମିଳିତ ବଳ ପାଲଟା ଗୁଳି ଚାଳନା କରିଥିଲା।

ଅସ୍ତ୍ରଶସ୍ତ୍ର ସହ ମୃତ ଆତଙ୍କବାଦୀଙ୍କ ଶବ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି। ତାଙ୍କର ପରିଚୟ ଜାଣିବାକୁ ଉଦ୍ୟମ ଚାଲିଛି। ଉଭୟ ହିଜବ ସଂଗଠନର ଏବଂ ସ୍ଥାନୀୟ ବାସିନ୍ଦା ଭଳି ମନେହେଉଛନ୍ତି।

By amfnews

Related Post