Sat. Mar 7th, 2026

ଜମ୍ମୁ ଓ କଶ୍ମୀର: କୁଲଗାମ୍‌ ଏନ୍‌କାଉଣ୍ଟରରେ ଆତଙ୍କବାଦୀ ନିହତ

238 Views

ଶ୍ରୀନଗର: ବୁଧବାର ସକାଳେ କୁଲ୍‌ଗାମ୍‌ ଜିଲ୍ଲାରେ ଆତଙ୍କବାଦୀ ଏବଂ ନିରାପତ୍ତା ବଳଙ୍କ ମଧ୍ୟରେ ହୋଇଥିବା ବନ୍ଧୁକ ଲଢ଼େଇ ଯୋଗୁଁ ଜଣେ ଆତଙ୍କବାଦୀ ନିହତ ହୋଇଛି। କୁଲ୍‌ଗାମ୍‌ ଜିଲ୍ଲାର ତାଜିପୋରା ଗାଁରେ ଆତଙ୍କବାଦୀ ଅଛନ୍ତି ବୋଲି ମଙ୍ଗଳବାର ସନ୍ଧ୍ୟାରେ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ରାଷ୍ଟ୍ରୀୟ ରାଇଫଲ୍‌ , ରାଜ୍ୟ ପୁଲିସର ସ୍ପେସାଲ୍‌ ଅପରେସନ୍‌ସ୍‌ ଗ୍ରୁପ୍‌ ଓ ସେଣ୍ଟ୍ରାଲ୍‌ ରିଜର୍ଭ ପୋଲିସ ଫୋର୍ସ ସମେତ ନିରାପତ୍ତା ବଳ କର୍ଡନ୍‌ ଆଣ୍ଡ୍‌ ସର୍ଚ ଅପରେସନ୍‌ ଆରମ୍ଭ କରିଥିଲା।

ପୁଲିସ ସୂତ୍ରରୁ ପ୍ରକାଶ ଯେ ମଙ୍ଗଳବାର ସନ୍ଧ୍ୟାରେ କର୍ଡନ୍‌ ଆଣ୍ଡ୍‌ ସର୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା। ନିରାପତ୍ତା ବଳ ଆତଙ୍କବାଦୀମାନେ ଆତ୍ମଗୋପନ କରିଥିବା ଘରର ନିକଟତର ହେବା କ୍ଷଣି ସେମାନେ ଗୁଳି ଚଳାଇବାରୁ ଏନ୍‌କାଉଣ୍ଟର୍‌ର ସୂତ୍ରପାତ ହୋଇଥିଲା।

ଛପିଥିବା ଆତଙ୍କବାଦୀ ଏବଂ ନିରାପତ୍ତା ବଳଙ୍କ ମଧ୍ୟରେ ଗୁଳିବିନିମୟ ତୁମୁଳ ହୋଇଥିଲା।ପ୍ରତିଷେଧ ବ୍ୟବସ୍ଥା ଭାବେ ସରକାରୀ କର୍ତ୍ତୃପଡ଼ କୁଲ୍‌ଗାମ୍‌ ଜିଲ୍ଲାରେ ଇଣ୍ଟର୍‌ନେଟ୍‌ ସେବା ବ୍ୟାହତ କରିଛନ୍ତି।ଗତକାଲି ଜମ୍ମୁରେ ମଧ୍ୟ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଗୁପ୍ତଚର କାମ କରୁଥିବା ସନ୍ଦେହରେ ଗିରଫ କରାଯାଇଥିଲା।

By amfnews

Related Post