ଜମ୍ମୁ : କିଛି ଦିନର କଟକଣା ପରେ ଶନିବାର ଦିନ ଜମ୍ମୁ ଓ କଶ୍ମୀରର ପାଞ୍ଚଟି ଜିଲ୍ଲାକୁ ମୋବାଇଲ୍ ଇଣ୍ଟର୍ନେଟ୍ ସେବା ଫେରିଛି। ଆଜି ସକାଳୁ ଜମ୍ମୁ, ରିଆସି, ସାମ୍ବା, କଠୁଆ ଏବଂ ଉଧାମପୁର ଜିଲ୍ଲାରେ ୨ଜି ମୋବାଇଲ୍ ଇଣ୍ଟର୍ନେଟ୍ ସେବା ପୁନଃ ଆରମ୍ଭ ହୋଇଛି।
ସମ୍ପୃକ୍ତ ଅଞ୍ଚଳରେ ନିରାପତ୍ତା କାରଣରୁ ଅଗଷ୍ଟ ୫ ତାରିଖରୁ ଜମ୍ମୁରେ ମୋବାଇଲ୍ ଇଣ୍ଟର୍ନେଟ୍ ସେବା ବନ୍ଦ କରାଯାଇଥିଲା। ଧରା ୩୭୦ ଉଚ୍ଛେଦ ପରେ ଟେଲି ଯୋଗାଯୋଗ ସେବା ଉପରେ କଟକଣା ଲାଗୁ କରାଯାଇଥିଲା।
ଜମ୍ମୁ ଓ କଶ୍ମୀରରେ ଲାଗୁ ହୋଇଥିବା କଟକଣା ପର୍ଯ୍ୟାୟକ୍ରମେ ଏବଂ ଧୀରେ ଧୀରେ ଉଠାଇ ଦେବାକୁ ପୂର୍ବରୁ ଶୁକ୍ରବାର ଦିନ ସରକାର ସ୍ଥିର କରିଥିଲେ। ଜମ୍ମୁ ଓ କଶ୍ମୀରର ମୁଖ୍ୟ ଶାସନ ସଚିବ, ବିଭିଆର୍ ସୁବ୍ରାହ୍ମାନିୟାନ୍ କହିଥିଲେ, ଧୀରେ ଧୀରେ ଟେଲିକମ୍ ସଂଯୋଗ ଛିନ୍ନ କରାଯିବ ଏବଂ ପର୍ଯ୍ୟାୟ କ୍ରମେ ଫେରାଇ ଅଣାଯିବ। ଗତକାଲି ଜମ୍ମୁ ଓ କଶ୍ମୀରର ରାଜ୍ୟପାଳ ସତ୍ୟ ପାଲ ମଲିକ ସ୍ୱାଭାବିକ କାର୍ଯ୍ୟ ଆରମ୍ଭ କରିବାକୁ ସମସ୍ତ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ନିର୍ଦେଶ ଦେଇଥିଲେ।