Sat. Mar 7th, 2026

ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଠାରେ ଆତ୍ମହତ୍ୟା କରିଛନ୍ତି ସିଆର୍‌ପିଏଫ୍‌ର ସହକାରୀ କମାଣ୍ଡାଣ୍ଟ୍‌

230 Views

ଅନନ୍ତନାଗ  : ଜମ୍ମୁ ଓ କଶ୍ମୀର ଜିଲ୍ଲାର ଅନନ୍ତନାଗ ଜିଲ୍ଲାରେ ନିଯୁକ୍ତ ହୋଇଥିବା କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳର ଜଣେ କର୍ମଚାରୀ ଆତ୍ମହତ୍ୟା କରିଥିବା କଥା ଶନିବାର ଦିନ ଜଣାପଡ଼ିଛି।

ସେ ହେଉଛନ୍ତି ଆସିଷ୍ଟାଣ୍ଟ୍‌ କମାଣ୍ଡାଣ୍ଟ୍‌ ଏମ୍‌ ଅରବିନ୍ଦ। ଶୁକ୍ରବାର ଦିନ ତାଙ୍କ ବାସଭବନରେ ଅରବିନ୍ଦ ନିଜ ବ୍ୟକ୍ତିଗତ ପିସ୍ତଲ୍‌ରେ ଗୁଳି ମାରିହୋଇ ଆତ୍ମହତ୍ୟା କରିଛନ୍ତି। ୪୦ ବାଟାଲିୟନ୍‌ ସହ ସମ୍ପୃକ୍ତ ୩୩ ବର୍ଷିୟ ଅରବିନ୍ଦ ଥିଲେ ତାମିଲନାଡୁ ଜିଲ୍ଲା ଅନ୍ତର୍ଗତ କୋଇମ୍ବାଟୋର୍‌ ବାସିନ୍ଦା।

ବୋଧହୁଏ ଦାମ୍ପତ୍ୟ ସମସ୍ୟା ଯୋଗୁଁ ଏହି ସିଆର୍‌ପିଏଫ୍‌ କର୍ମଚାରୀ ଜଣକ ଏ ଭଳି ଚରମ ପଦକ୍ଷେପ ଗ୍ରହଣ କରିଥିବା କଥା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଆଜି ତାଙ୍କର ପାର୍ଥିବ ଶରୀର ତାଙ୍କ ଜନ୍ମସ୍ଥାନକୁ ପଠା ଯାଉଛି।

By amfnews

Related Post