Wed. Dec 25th, 2024

ଜମ୍ମୁକଶ୍ମୀରରେ ଆହୁରି କିଛି କାମ କରିବାର ଥିଲା ବୋଲି କହିଲେ ଗୋଆର ରାଜ୍ୟପାଳ ସତ୍ୟପାଲ ମଲିକ

By amfnews Nov 29, 2019 #Featured
166 Views

ନୂଆଦିଲ୍ଲୀ:ଅନେକ ସମୟରେ ନିଜର ବୟାନକୁ ଚର୍ଚ୍ଚାରେ ରହିଥିବା ଗୋଆର ରାଜ୍ୟପାଳ ସତ୍ୟପାଲ ମଲିକ ଜମ୍ମୁ କଶ୍ମୀର ପ୍ରସଙ୍ଗରେ ପୁଣି ଏକ ବଡ଼ ବୟାନ୍ ଦେଇଛନ୍ତି। ସେ କହିଛନ୍ତି ଯେ ଅଗଷ୍ଟ ୫ ପରେ କଶ୍ମୀରରେ ଗୁଳିମାଡ଼ ଘଟଣା ଦେଖିବାକୁ ମିଳିନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କର କଶ୍ମୀରରୁ ଗୋଆ ଆସିବାର ୩ ସପ୍ତାହ ପୂରିଥିଲେ ବି ତାଙ୍କର କଶ୍ମୀରର ହ୍ୟାଙ୍ଗଓଭର ଏଯାଏଁ ଶେଷ ହୋଇ ନାହିଁ । କଶ୍ମୀରକୁ ନେଇ ତାଙ୍କର ଭୋକ ଏଯାଏଁ ମେଣ୍ଟି ନାହିଁ ,କାରଣ ସେଠାରେ ତାଙ୍କୁ ଆହୁରି କିଛି କାମ କରିବାର ଥିଲା ବୋଲି ବି କହିଛନ୍ତି ଜମ୍ମୁ କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ।

ଆଇଏଫଏଫଆଇର ଉଦଯାପନୀ ସମାରୋହରେ ଅତିଥିଭାବେ ଯୋଗ ଦେଇ ସତ୍ୟପାଲ ମଲିକ ଏହି କଥା କହିଛନ୍ତି। ସୂଚନାଯୋଗ୍ୟ, ଅଗଷ୍ଟ ୫ ତାରିଖରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବା ସମୟରେ ସତ୍ୟପାଳ ମଲିକ ସେଠାରେ ରାଜ୍ୟପାଳ ଥିଲେ ।
ଗତ ଅକ୍ଟୋବର ୩୧ ତାରିଖରେ ଜମ୍ମୁକଶ୍ମୀର କେନ୍ଦ୍ର ଶାସିତ ରାଜ୍ୟର ମାନ୍ୟତା ପାଇବା ପରେ ତାଙ୍କୁ ଗୋଆର ରାଜ୍ୟପାଳ ଭାବେ ଦାୟିତ୍ବ ଦିଆଯାଇଥିଲା ।

By amfnews

Related Post