Fri. Dec 27th, 2024

ଜବାହରଲାଲ ନେହରୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

By amfnews Nov 14, 2019 #Featured
71 Views

ନୂଆଦିଲ୍ଲୀ: ଆଜି ହେଉଛି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଜୟନ୍ତୀ । ସାରା ଦେଶରେ ଆଜିର ଦିନଟକୁ ଶିଶୁ ଦିବସଭାବେ ପାଳନ କରାଯାଉଛି । ଆଜି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ୧୩୦ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରାଜିଲ ଗସ୍ତରେ ଥିବା ହେତୁ ଟୁଇଟର ଯୋଗେ ସ୍ୱର୍ଗତ ଜବାହରଲାଲ ନେହରୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

Image result for Manmohan Singh, Sonia Gandhi pay tribute to Jawaharlal Nehru on his birth anniversary
ଅପର ପକ୍ଷରେ ଯୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼ ମନମୋହନ ସିଂହ ପ୍ରମୁଖ ଶାନ୍ତିବନକୁ ଯାଇ ଜବାହରଲାଲ ନେହରୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
Image result for Manmohan Singh, Sonia Gandhi pay tribute to Jawaharlal Nehru on his birth anniversary

ସୂଚନାଯୋଗ୍ୟ, ଜବାହରଲାଲ ନେହରୁ ଉତ୍ତର ପ୍ରଦେଶର ପ୍ରୟାଗରାଜଠାରେ ଏକ ବ୍ରାହ୍ମଣ ପରିବାରରେ୧୮୮୯ ନଭେମ୍ବର ୧୪ରେ ଜନ୍ମ ଗ୍ରହଣ କରିଥିଲେ । ମୋତିଲାଲ ନେହରୁଙ୍କ ୪ଟି ସନ୍ତାନ ମଧ୍ୟରୁ ବଡ଼ ପୁଅ ଜବାହରଲାଲ ନେହରୁ ଥିଲେ । ସେ ୧୯୬୪ ମେ’ମାସ ୨୭ରେ ପରଲୋକ ଗମନ କରିଥିଲେ । ଜବାହରଲାଲ ନେହରୁ ଛୋଟ ଛୋଟ ଶିଶୁଙ୍କୁ ଭଲ ପାଉଥିବା କାରଣରୁ ତାଙ୍କର ଜୟନ୍ତୀକୁ ଶିଶୁ ଦିବସ ଭାବେ ପାଳନ କରାଯାଉଛି ।

By amfnews

Related Post