Sat. Mar 7th, 2026

ଜବତ ହେଲା ନିରବଙ୍କ ୪ ସ୍ୱିସ ବ୍ୟାଙ୍କ ଆକାଉଣ୍ଟ

205 Views

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ପ୍ରାୟ ୧୪ ହଜାର କୋଟି ଟଙ୍କା ନେଇ ଫେରାର ହୋଇଯାଇଥିବା ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଆଜି ଆଉ ଏକ ଝଟ୍‌କା ଲାଗିଛି। ସ୍ୱିଜରଲ୍ୟାଣ୍ଡ ଅଧିକାରୀମାନେ ସେଠାରେ ଥିବା ନିରବ ଓ ତାଙ୍କ ଭଉଣୀ ପୂର୍ବୀ ମୋଦିଙ୍କ ନାଁରେ ଥିବା ପ୍ରାୟ ୪ଟି ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍‌ କରିଦେଇଛନ୍ତି। ଉକ୍ତ ବ୍ୟାଙ୍କ ଆକାଉଣ୍ଟରେ ନିରବଙ୍କ ନାଁରେ ପ୍ରାୟ ଆମେରକୀୟ ଡଲାର ୬ ମିଲିୟନ ଓ କିଛି ସମ୍ପତ୍ତି ରହିଥିଲା।

ଋଣ ଖିଲାପ ଘଟଣାରେ ନିରବ ମୋଦିଙ୍କୁ ଚଳିତ ବର୍ଷ ମାର୍ଚ୍ଚ ୧୯ ତାରିଖରେ ଲଣ୍ଡନ ପୁଲିସ୍‌ ଗିରଫ କରିଥିଲା। ଏବେ ସେ ଦକ୍ଷିଣ-ପଶ୍ଚିମ ଲଣ୍ଡନରେ ଥିବା ୱାଣ୍ଡସୱର୍ଥ ଜେଲରେ ରହିଛନ୍ତି। ଗିରଫ ପରେ ନିରବ ୪ଥର ଜାମିନ୍‌ ଆବେଦନ କରିଥିଲେ ହେଁ ତାଙ୍କୁ ନିରାଶ ହେବାକୁ ପଡ଼ିଛି।

ନିରବ ଗିରଫ ହେବା ପରେ ତାଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଭାରତ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ନିରବ ପ୍ରମାଣ ନଷ୍ଟ କରିବା ଆଶଙ୍କା ଥିବାରୁ କୋର୍ଟ ତାଙ୍କୁ ଜାମିନ ଦେଇନାହାନ୍ତି।

By amfnews

Related Post