Fri. Jan 17th, 2025

ଜନ୍ମଦିନ ବିଶେଷ: ସଫଳ ବ୍ୟାଟ୍ସମ୍ୟାନ ପରେ କୋଚ ଦାୟିତ୍ୱ ନେଇଛନ୍ତି ରାହୁଲ ଦ୍ରାବିଡ଼

By amfnews Jan 11, 2019 #Featured
235 Views

ନୂଆଦିଲ୍ଲୀ, ଜାନୁଆରୀ ୧୧ : ଟିମ ଇଣ୍ଡିଆର କାନ୍ଥ କୁହାଯାଉଥିବା ପୂର୍ବତନ କ୍ରିକେଟର ରାହୁଲ ଦ୍ରାବିଡ ଶୁକ୍ରବାର ନିଜର ୪୬ତମ ଜନ୍ମଦିନ ପାଳନ କରୁଛନ୍ତି । କ୍ରିକେଟ ପଡ଼ିଆରେ ଅନେକ ସ୍ମରଣୀୟ ରେକର୍ଡ ପ୍ରତିଷ୍ଠା କରିବା ପରେ ଜଣେ ସଫଳ କୋଚ ଭାବରେ ୧୯ ବର୍ଷରୁ କମ ଭାରତୀୟ ଟିମକୁ ସଫଳତା ଦେଇଛନ୍ତି । ଏହି ବିଜୟ ରାହୁଲ ଦ୍ରାବିଡ଼ଙ୍କୁ ଜଣେ ସଫଳ କୋଚ ଭାବରେ ପରିଚୟ ଦେଇଛି । ସେହିଭଳି ରାହୁଲଙ୍କ ଠାରୁ ଶିକ୍ଷା ପାଇ ପୃଥ୍ୱୀ ସ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି । ଏବେ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି ଯେ, ରାହୁଲ ଦ୍ରାବିଡ କେବେ ଟିମ ଇଣ୍ଡିଆର କୋଚ ହେବେ ।

କୌଣସି ଖେଳାଳିଙ୍କ ପାଇଁ ପଦାର୍ପଣ ମ୍ୟାଚ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ବର୍ଷ ୧୯୭୩ ଜାନୁଆରୀ ୧୧ରେ ମଧ୍ୟପ୍ରଦେଶର ଇନ୍ଦୋରରେ ଜନ୍ମ ନେଇଥିବା ରାହୁଲ ଦ୍ରାବିଡ କ୍ରିିକେଟର ମକ୍କା ନାଁରେ ପରିଚିତ ଲଡର୍ସ କ୍ରିକେଟ ଷ୍ଟାଡିୟମରେ ୧୯୯୬ରେ ମ୍ୟାଚ ଖେଳିଥିଲେ । ସେହି ସମୟରେ ମହମ୍ମଦ ଆଝାରୁଦ୍ଦୀନ ଟିମର ଅଧିନାୟକ ଥିଲେ । ରାହୁଲ ଦ୍ରାବିଡଙ୍କୁ ଆହତ ସଂଜୟ ମଞ୍ଜରେକରଙ୍କ ସ୍ଥାନରେ ସାମିଲ କରାଯାଇଥିଲା । ଜୁନ ୨୦ରେ ଖେଳା ଯାଇଥିବା ଏହି ମ୍ୟାଚରେ ରାହୁଲ ଧୈର୍ଯ୍ୟତାପୂର୍ବକ ୯୫ ରନ (୨୬୭ ବଲ, ୬ ଚୌକା) ସଂଗ୍ରହ କରିଥିଲେ । ସୌରଭ ଗାଙ୍ଗୁଲି ୧୩୧ ରନ ଯୋଡ଼ିଥିବା ବେଳେ ମ୍ୟାଚ ଡ୍ର ହୋଇଥିଲା ।

ଦ୍ରାବିଡ଼ ନିଜର ଦିନିକିଆ କ୍ରିକେଟ କ୍ୟାରିୟର ୧୯୯୬ ଏପ୍ରିଲ ୩ରେ ଆରମ୍ଭ କରିଥିଲେ । ଶ୍ରୀଲଙ୍କା ବିପକ୍ଷରେ ସିଙ୍ଗାପୁରରେ ସିଙ୍ଗର କପରେ ବିନୋଦ କାମ୍ବଲିଙ୍କ ସ୍ଥାନରେ ସେ ଏହି ସୁଯୋଗ ପାଇଥିଲେ । ପ୍ରଥମ ମ୍ୟାଚରେ ରାହୁଲଙ୍କ ଯୋଗଦାନ ସେତେ ଭଲ ନଥିଲା । ଶ୍ରୀଲଙ୍କାର ମୁଥେୟା ମୁରଲୀଧରନଙ୍କ ବଲରେ ଆଉଟ ହେବା ପୂର୍ବରୁ ରାହୁଲ ୩ ରନ କରିଥିଲେ । ଭାରତ ପ୍ରଥମେ ବ୍ୟାଟିଂ କରି ୧୯୯ ରନ କରିଥିଲେ ବି ପ୍ରଶଂସନୀୟ ବୋଲିଂ ଯୋଗୁଁ ଶ୍ରୀଲଙ୍କାକୁ ୧୨ ରନରେ ପରାସ୍ତ କରିଥିଲା ।

ଟେଷ୍ଟ ମ୍ୟାଚରେ ୧୩,୨୮୮ ରନ

ରାହୁଲ ୧୫ ବର୍ଷର କ୍ରିକେଟ କ୍ୟାରିୟରରେ ଏକମାତ୍ର ଟି-୨୦ ଖେଳି ୨୧ ବଳରେ ୩୧ ରନ କରିଥିଲେ । ଏଥିରେ ୩ଟି ଛକା ସାମିଲ ଥିଲା । ଆଜି ଅଧିକାଂଶ ଖେଳାଳି ଟି-୨୦ ପଛରେ ପଡ଼ିଥିବା ବେଳେ ରାହୁଲ ଏଥିରୁ ବ୍ୟତୀକ୍ରମ ଥିଲେ । ଟେଷ୍ଟରେ ୨୮୬ ଇନିଂସରେ ରାହୁଲ ୩୧,୨୫୮ ବଲ ସମ୍ମୁଖୀନ ହୋଇ ୧୩,୨୮୮ ରନ କରିଛନ୍ତି । ସେ ୨୧୦ କ୍ୟାଚ ନେଇଛନ୍ତି । କୌଣସି ବି ୱିକେଟକିପର ଦ୍ୱାରା ନିଆଯାଇଥିବା ଏହା ହେଉଛି ସର୍ବାଧିକ କ୍ୟାଚ । ରାହୁଲ ବିଦେଶ ମାଟିରେ ଭଲ ପ୍ରଦର୍ଶନ କରିଛନ୍ତି । ପଦାର୍ପଣ ମ୍ୟାଚରେ ଲଡର୍ସରେ ୯୯ ରନ କରିଥିଲେ । ସେ ୪ ଟେଷ୍ଟ ମ୍ୟାଚରେ କ୍ରମାଗତ ଭାବରେ ଶତକ (ଇଂଲଣ୍ଡ ବିପକ୍ଷରେ ୧୧୫, ୧୪୮, ୨୦୧ ଓ ୱେଷ୍ଟଇଣ୍ଡିଜ ବିପକ୍ଷରେ ଶତକ) ହାସଲ କରିଥିଲେ । ରାହୁଲ ଦ୍ରାବିଡ଼ ଦିନିକିଆରେ ମଧ୍ୟ ୧୦,୮୮୯ ରନ କରିଛନ୍ତି ।

By amfnews

Related Post