Fri. Mar 6th, 2026

ଜନ୍ମଦିନରେ ପ୍ରେମିକାର ହତ୍ୟା କରିବା ପରେ ଆତ୍ମହତ୍ୟା କଲେ ପୁଲିସ୍‌ ପ୍ରେମିକ 

381 Views

ଚେନ୍ନାଇ: ତାମିଲନାଡୁର ଜଣେ ପୁଲିସ୍‌ ନିଜର ୨୩ ବର୍ଷୀୟା ପ୍ରେମିକାଙ୍କୁ ବୁଧବାର ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ତାମିଲନାଡୁର ଭିଲୁପୁରମ୍‌ ଜିଲ୍ଲାରେ ପୁଲିସ୍‌ ଜଣକ ତାଙ୍କ ପ୍ରେମିକାଙ୍କ ଜନ୍ମଦିନ ଉତ୍ସବରେ ଯୋଗ ସେବା ପରେ ଏପରି କାଣ୍ଡ ଘଟାଇଥିବା ଜାଣିବାକୁ ମିଳିଛି।

କଞ୍ଜନପୁର ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ମୃତକ ପ୍ରେମିକା ଜଣକ ହେଉଛନ୍ତି ଜିଲ୍ଲାର ଅନିଉର୍‌ ଗ୍ରାମର ଏସ୍‌ ସରସ୍ୱତୀ। ଅଭିଯୁକ୍ତ ପ୍ରେମିକ ଜଣକ ହେଉଛନ୍ତି ଏରୋଡ ଜିଲ୍ଲାର ସତ୍ୟମଙ୍ଗଲମ୍‌ର କାର୍ତ୍ତିକେୟନ୍‌।ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ ଏକ ବେସରକାରୀ ମେଡିକାଲ୍‌ କଲେଜ୍‌ର ସରସ୍ୱତୀ ହେଉଛନ୍ତି ତୃତୀୟ ବର୍ଷିଅ ଡାକ୍ତରୀ ଛାତ୍ରୀ।

ରିପୋର୍ଟ ରହିଛି ଯେ କାର୍ତ୍ତିକେୟନ୍‌ ଏବଂ ସରସ୍ୱତୀଙ୍କ ଭିତରେ ପ୍ରେମ ସଂପର୍କ ରହିଥିଲା। ସରସ୍ୱତୀଙ୍କ ଜନ୍ମଦିନ ଉତ୍ସବରେ କାର୍ତ୍ତିକେୟନ ନିଜ ବନ୍ଧୁମାନଙ୍କ ସହ ଯାଇ ପହଞ୍ଚିଥିଲେ। ସେଠାରେ ପ୍ରଥମେ ଜନ୍ମଦିନ ଉତ୍ସବ ମନାଇଥିଲେ। ପରେ ଦୁଇ ପ୍ରେମୀଙ୍କ ମଧ୍ୟରେ କଥା କଟାକଟି ହେବାରୁ ସେ ଦୁହେଁ ପରସ୍ପରକୁ ଗାଳି ଦେଇଥିଲେ। ତା’ପରେ କାର୍ତ୍ତିକେୟନ ସରସ୍ୱତୀଙ୍କୁ ଗୁଳି କରି ହତ୍ୟା କରିଥିଲେ।

ଖାଲି ସେତିକି ନୁହେଁ, ସେ ସରସ୍ୱତୀଙ୍କୁ ଗୁଳି କରିବା ପରେ ନିଜ ମୁଣ୍ଡରେ ବି ଗୁଳି ମାରି ଆତ୍ମହତ୍ୟା କରିଥିଲେ। ଶବ୍ଦ ଶୁଣି ସରସ୍ୱତୀଙ୍କ ବାପା ଧାଇଁ ଆସି ଦେଖିବାକୁ ତାଙ୍କ ଝିଅ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ି ରହିଥିଲେ।

By amfnews

Related Post