Sat. Dec 28th, 2024

ଜଣାପଡିଲା ଗଜପତି ଜିଲ୍ଲାରେ ୧୬ ଜଣଙ୍କ ମୃତ୍ୟୁର ରହସ୍ୟ

By amfnews Oct 14, 2018 #Featured
229 Views

ଗଜପତି : ଗଜପତି ଜିଲ୍ଲା ଗଙ୍ଗାବାଡ଼ ପଞ୍ଚାୟତରେ ପାହାଡ ଧସି ୧୨ ନୁହେଁ, ୧୬ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ଭିତରେ ଅଛନ୍ତି ୫ ଶିଶୁ । ତିତ୍‌ଲି ପ୍ରଭାବରେ ପ୍ରଳୟଙ୍କରୀ ବର୍ଷା ପବନରୁ ରକ୍ଷା ପାଇବାକୁ ପାହାଡ଼ ଖୋଲରେ ଅାଶ୍ରୟ ନେଇଥିବା ବେଳେ ଏମାନେ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଛି। ଘଟଣାର ତିନି ଦିନ ପରେ ଅାଜି ଅତି ବୀଭତ୍ସ ଭାବେ ମିଳିଛି ୧୪ଟି ମୃତଦେହ।

ମୃତ୍ୟୁକୁ ୪ ଦିନ ବିତି ଯାଇଥିଲେ ବି ପାହାଡ଼ରେ ଏଣେତେଣେ ପଡ଼ି ରହିଛି ଗଳିତ ଶବ। ଦୃଶ୍ୟ ଏତେ ବିଭତ୍ସ ତାକୁ ଦେଖିବା ବି ସମ୍ଭବ ନୁହେଁ । ଗୁରୁବାର ସକାଳୁ ତିତ୍‌ଲି ସ୍ଥଳଭାଗ ଛୁଇଁବା ପୂର୍ବରୁ ବୁଧବାର ମଧ୍ୟରାତ୍ରୀରେ ଅାରମ୍ଭ ହୋଇଥିଲା ପ୍ରବଳ ବର୍ଷା ଓ ପବନ। ଗଙ୍ଗାବାଡ଼ ପଞ୍ଚାୟତର କିଛି ଲୋକଙ୍କ ଘରର ଛପର ଉଡ଼ିବା ସହ ଘର ବୁଡାଇଥିଲା ପାଣି ।

By amfnews

Related Post