ପରଜଙ୍ଗ : ପରଜଙ୍ଗ ବ୍ଲକର ସରାଙ୍ଗ ଗ୍ରାମପଞ୍ଚାୟତର ଜଟିଆ ଗ୍ରାମସ୍ଥିତ ଜଟେଶ୍ୱର ମହାଦେବ ମନ୍ଦିର ପ୍ରତିଷ୍ଠାର ପ୍ରଥମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ବାର୍ଷିକ ଉତ୍ସବ ଉପଲକ୍ଷେ ପୂର୍ବାହ୍ନ ୮ଟା ବେଳେ ଗ୍ରାମର ୧୦୮ଜଣ ପୁରୁଷ ଓ ମହିଳା ହାତରେ କଳସି ଧରି ବାଜା, ବାଣ ଓ ନାମ ସଂକୀର୍ତ୍ତନ କରି ଏକ ଶୋଭା ଯାତ୍ରାରେ ବ୍ରାହ୍ମଣୀ ନଦୀ ଘାଟକୁ ଯାଇଥିଲେ ।
ନଦୀ ଘାଟରେ ଷୋଡସ ଉପଚାରରେ ପୂଜାର୍ଚ୍ଚନା କରାଯାଇ ନଦୀ ଘାଟରେ କଳସ ଜଳପୂର୍ଣ୍ଣ କରି ପୁନଃ ନାମ ସଂକୀର୍ତ୍ତନ, ବାଜା, ବାଣ ଫୁଟାଇ ଶୋଭାଯାତ୍ରାରେ ଆସି ଜଟେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚି ଘଟ ସ୍ଥାପନ କରାଯାଇଥିଲା । ନୈଷ୍ଠିକ ବ୍ରାହ୍ମଣଙ୍କ ଦ୍ୱାରା ପୂଜାର୍ଚ୍ଚନା କରି ବିଶ୍ୱଶାନ୍ତି ଯଜ୍ଞ କରାଯାଇଥିଲା । ଅପରାହ୍ନ ୧ଟା ବେଳେ ଯଜ୍ଞର ଆହୁତୀ ଦିଆଯାଇଥିଲା ।
ଏହି କାର୍ଯ୍ୟକ୍ରମକୁ ମନ୍ଦିର ପରିଚାଳନା କମିଟିର ସଭାପତି ଧୃବଚରଣ ପରିଡା, ସମ୍ପାଦକ ଯୋଗେନ୍ଦ୍ର ଦେହୁରୀ, ପ୍ରେମାନନ୍ଦ ସାହୁଙ୍କ ପ୍ରତେକ୍ଷ ତତ୍ତ୍ୱାବଧାନରେ ସୁଚାରୁରୂପେ ସମ୍ପାଦନ କରିଥିବାବେଳେ ମନ୍ଦିର ପରିଚାଳନା କମିଟିର ସମସ୍ତ ସଭ୍ୟ ଏବଂ ଜଟିଆ ଗ୍ରାମବାସୀ ବୃନ୍ଦ ସାହାଯ୍ୟ ସହଯୋଗ କରିଥିଲେ ।