Sat. Mar 7th, 2026

ଜଟଣୀ: କୁଅରୁ ଅଜଣା ବୃକ୍ତିଙ୍କ ମୃତଦେହ ଜବତ

175 Views

ଜଟଣୀ, ୧୦ା୧୧: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ଏକ କୂଅ ଭିତରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଜବତ କରାଯାଇଛି। ଏହା ଆକସ୍ମିକ ଦୁର୍ଘଟରା କିମ୍ବା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ତାହା ସ୍ପଷ୍ଟ ହୋଇ ନାହିଁ। ତେବେ ଏହା ଏକ ହତ୍ୟାକାଣ୍ଡ ହୋଇଥାଇ ପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଜଟଣୀ ଥାନା ରେଳବାଇ ଲୋକୋ କଲୋନିର ଆଇଓ ଡବ୍ଲ୍ୟୁ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ କୁଅରେ ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ନେଇ ସୂଚନା ପାଇ ପୁଲିସ ଦମକଳ କର୍ମଚାରୀଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତଦେହକୁ କୁଅରୁ ଉଦ୍‌ଦାର ପରେ ସ୍ଥାନୀୟ ଲୋକେ ଏହାକୁ ଦେଖିଥିଲେ ମଧ୍ୟ କେହି ତାଙ୍କୁ ଚିହ୍ନଟ କରି ପାରି ନଥିଲେ। ମୃତ ଯୁବକ ଜଣକ ଏକ ଲୁଙ୍ଗି ଓ ହାତକଟା ଗଞ୍ଜି ପିନ୍ଧିିଥିବା ବେଳେ ଅଣ୍ଟାରେ ଏକ ଗାମୁଛା ବାନ୍ଧିଛନ୍ତି। ତେବେ ଏହି ି ଅଜଣା ଲୋକ ଜଣକ ଏଠାକୁ କାହିଁକି ଆସିଥଲେ ଓ କିପରି ତାଙ୍କର ମୃତ୍ୟୁ ଘଟିଲା ସେ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।

By amfnews

Related Post