Sat. May 17th, 2025

ଛେପ ପକାଇଲେ ୫୦୦ ଟଙ୍କା , ମାସ୍କ ନ ପିନ୍ଧିଲେ ୨୦୦ ଜୋରିମାନା

By amfnews Apr 15, 2020 #Featured
235 Views

ବ୍ରହ୍ମପୁର : କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାପାଳ ବଡ଼ ନିଷ୍ପତ୍ତି ନେଇଛନ୍ତି। ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ୫୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି ସେ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହାସହ ମାସ୍କ ପିନ୍ଧିବା ନେଇ ମଧ୍ୟ କଡ଼ା ନିର୍ଦ୍ଦେଶନାମା ଜାରି ହୋଇଛି।

ଜିଲ୍ଲାପାଳଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡ୍‌ଲାଇନ୍ ଅନୁସାରେ, ମୁହଁରେ ମାସ୍କ, ରୁମାଲ କିମ୍ବା ଗାମୁଛା ବାନ୍ଧି ନ ଥିଲେ ୨୦୦ ଟଙ୍କା ଜୋରିମାନ ଦେବାକୁ ପଡ଼ିବ। ସେହିପରି ଜିଲ୍ଲାରେ ଲୋକମାନେ ପରସ୍ପର ମଧ୍ୟରେ ଦୁଇ ମିଟର ସାମାଜିକ ଦୂରତା ବଜାୟ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଜାରି ହୋଇଛି। ଜିଲ୍ଲାର ପ୍ରମୁଖ ଅଧିକାରୀମାନଙ୍କୁ ଚିଠି ଲେଖି ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କୁ ସଚେତନ କରାଇବା ସହ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସେ କହିଛନ୍ତି।

ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଏପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲା କେହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି।

By amfnews

Related Post