Wed. Dec 25th, 2024

ଛେଣ୍ଡ କଲୋନୀରେ ଫୁଟିଛି ବ୍ରହ୍ମକମଳ ପୁଷ୍ପ

rklsanchar@gmail.com' By J.N. Pradhan Aug 17, 2018 #Featured
973 Views

ରାଉରକେଲା, ୧୭ା୮ : ଛେଣ୍ଡ କଲୋନୀ ପ୍ରଥମ ଫେଜ୍ ଅନ୍ତର୍ଗତ ଏଲ୍ସିଆର୍-୪୮୪ କ୍ୱାର୍ଟରେ ଲଗାତର ଭାବରେ ୩ ବର୍ଷ ଧରି ଫୁଟିଆସୁଛି ଦୁର୍ଲଭ ବ୍ରହ୍ମକମଳ ପୁଷ୍ପ । ଛେଣ୍ଡ କଲୋନୀ ପ୍ରଥମ ଫେଜ୍ ଏଲ୍ସିଆର୍-୪୮୪ରେ ରହନ୍ତି ସନ୍ଧ୍ୟାରାଣୀ ସାହୁ ଓ ଦୁଃଶାସନ ସାହୁ । ଉଭୟ ବେଶ୍ ଆଧ୍ୟାତ୍ମିକବାଦୀ ଚିନ୍ତାଧାରା ସମ୍ପନ୍ନ । ବ୍ରହ୍ମ କମଳ ଏକ ସୁନ୍ଦର ତଥା ସୁଗନ୍ଧିତ ଫୁଲ । ଏହା ଭଗବାନ ଶ୍ରୀବିଷ୍ଣୁଙ୍କ ଅତିପ୍ରିୟ ଫୁଲ ମଧ୍ୟରେ ଅନ୍ୟତମ । ଦେବଦେବୀଙ୍କ ଅତ୍ୟନ୍ତ ପ୍ରିୟ ।

ଏହା ଅର୍ଦ୍ଧରାତ୍ରୀରେ ପ୍ରସ୍ଫୁଟିତ ହୋଇଥାଏ ଏବଂ ଶାସ୍ତ୍ର ଅନୁସାରେ ଏହା ୩୨ ପ୍ରଜାତିର ଅଟେ । ଏହାକୁ ମାତା ଲକ୍ଷ୍ମୀଙ୍କୁ ଅର୍ପଣ କରାଯାଇଥାଏ । ଲୋକେ ଏହାକୁ ଶ୍ରଦ୍ଧାର ସହ ପୂଜାର୍ଚ୍ଚନା କରିଥାନ୍ତି ଏବଂ ଏହା ନିକଟକରେ ନିଜ ନିଜର ମନୋକାମନା ପୂର୍ଣ୍ଣ ପାଇଁ ପ୍ରାର୍ଥନା କରିଥାନ୍ତି । ବିଶେଷ କରି ଏହି ପୁଷ୍ପ ହିମାଳୟ ପାଦଦେଶରେ ଫୁଟୁଥିବା ଦେଖାଯାଏ । ଏହା ବର୍ଷର ଜୁଲାଇ-ସେପ୍ଟେମ୍ବର ମାସ ମଧ୍ୟରେ ଫୁଟିଥାଏ । ମାତ୍ର ଠିକ୍ ମଧ୍ୟରାତ୍ରରେ ବନ୍ଦ ହୋଇଯାଏ । ବ୍ରହ୍ମକମଳ ଫୁଲରେ ବହୁ ଔଷଧୀୟ ଗୁଣମାନ ରହିଛି । ଏହାକୁ ଶୁଖାଇ କ୍ୟାନସର ରୋଗୀ ସେବନ କରିଥାନ୍ତି ।

ଏହା ଭିତରୁ ବାହାରୁଥିବା ପାଣିକୁ ସେବନ କଲେ ଥକାପଣ ଦୂର ହୋଇଥାଏ । ଧର୍ମ ଅନୁସାରେ ଦେବୀନନ୍ଦାଙ୍କ ଏହା ଅତ୍ୟନ୍ତ ପ୍ରିୟ ପୁଷ୍ପ । ଏଥିପାଇଁ ଏହାକୁ ନନ୍ଦାଷ୍ଟମୀରେ ତୋଳାଯାଏ ଓ ଏହାକୁ ତୋଳିବାର ମଧ୍ୟ କଡା ନିୟମମାନ ରହିଛି । ଏହି ଫୁଲ ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନାମରେ ପରିଚିତ । କିମ୍ବଦନ୍ତୀ ଅନୁସାରେ ମାତା ପାର୍ବତୀ ସ୍ନାନ କରୁଥିବା ବେଳେ ଗଣେଶଙ୍କ ବାହାରେ ଜଗାଇ ଦେଇଥିଲେ । ଠିକ୍ ଏହି ସମୟରେ ମହାଦେବ ସେଠାରେ ପହଞ୍ôଚ ଭିତରକୁ ଯିବାକୁ କହିଲେ । ମାତ୍ର ଗଣେଶ ମହାଦେବଙ୍କୁ ଭିତରକୁ ଛାଡିନଥିଲେ ।

ଏଥିରେ କ୍ରୋଧିତ ହୋଇ ମହାଦେବ ଗଣେଶଙ୍କ ଶୀର ତ୍ରିଶୂଳରେ କାଟି ଦେଇଥିଲେ । ମାତ୍ର ବାସ୍ତବ ଘଟଣା ଜାଣିବା ପରେ ବ୍ରହ୍ମା ଏହି ପୁଷ୍ପର ସୃଷ୍ଟି କରିଥିଲେ ଏବଂ ପରେ ଏହି ଫୁଲ ମାଧ୍ୟମରେ ଗଣେଶଙ୍କ ଶୀର ଯୋଡା ହୋଇଥିଲା । ଏହି ପୁଷ୍ପକୁ ଦେଖିବାକୁ ଅଞ୍ଚଳ ବାସିନ୍ଦାଙ୍କ ମଧ୍ୟରେ ବେଶ୍ ଉକ୍ରଣ୍ଠା ଦେଖିବାକୁ ମିଳିଛି । ଆଜି ସକାଳେ ସପତ୍ନୀକ ବ୍ରହ୍ମକମଳ ପୁଷ୍ପକୁ ନେଇ ସେକ୍ଟର-୩ ସ୍ଥିତ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ପୂର୍ବକ ପୁଷ୍ପ ଅର୍ପଣ କରି ଜଗତରନାଥ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଲାଭ କରିଥିଲେ ।

Related Post