181 Views
ରାଉରକେଲା, ୧୦/୯: ସାମାନ୍ୟ ବଚସାକୁ କେନ୍ଦ୍ର କରି ଜଣେ ଯୁବକକୁ ଅନ୍ୟଜଣେ ଛୁରା ମାଡ଼ କରିଛି । ଏହି ଘଟଣାରେ ଛେଣ୍ଡ ପୁଲିସ ୨ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟରେ ସେମାନଙ୍କ ଜାମିନ ନାକଚ ହୋଇଯାଇଛି । ଛେଣ୍ଡ ଗୁଣ୍ଡିଚା ମନ୍ଦିର ନିକଟରେ ଏହି ଛୁରା ମାଡ ଘଟଣା ଘଟିଥିଲା ।
ଗଣେଶ ମଣ୍ଡପରେ ଲାଇଟ୍ ଡେକୋରେସନ କାମ କରୁଥିବା ଅନୀଲ ବେହେରା ନାମକ ଯୁବକଙ୍କୁ ଛେଣ୍ଡ କଲ୍ୟାଣୀ ନଗର ବସ୍ତିର ସୋନି ଦତ୍ତ ଓ କଳିଙ୍ଗ ବିହାର ଅଞ୍ଚଳର ପ୍ରତ୍ୟୁଷ ମହାପାତ୍ର ଛୁରୀରେ ଆକ୍ରମଣ କରିଥିଲେ । ଲୋକେ ଦୁହିଁଙ୍କୁ କାବୁ କରି ପୁଲିସରେ ଜିମା ଦେଇଥିଲେ । ଅନୀଲଙ୍କ ପେଟରେ ଛୁରୀ ମାଡ଼ ହୋଇଛି । ହତ୍ୟା ଉଦ୍ୟମ ଅଭିଯୋଗରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟରେ ସେମାନଙ୍କ ଜାମିନ ଖାରଜ ହୋଇଯାଇଛି ।