244 Views
ଶ୍ରୀନଗର: ଛୁଟିରୁ ଫେରି ଡ୍ୟୁଟିରେ ଯୋଗ ଦେବାକୁ ଯାଉଥିଲେ ସିଆରପିଏଫ୍ ଯବାନ। ମାତ୍ର କାମରେ ଯୋଗ ଦେଇ ପାରିଲେ ନାହିଁ। ଫେରିବା ରାସ୍ତାରେ ଆତଙ୍କବାଦୀଙ୍କ ଆକ୍ରମଣ ନେଇଗଲା ଜୀବନ। ବସରେ ଅଚାନକ ଆସି ପିଟି ହୋଇଗଲା ପାଖାପାଖି ୩୫୦ କିଲୋଗ୍ରାମ ବିସ୍ଫୋରକ ସାମଗ୍ରୀ ଥିବା ସ୍କର୍ପିଓ। ନିଆଁ ପିଣ୍ଡୁଳା ପାଲଟି ଗଲା ବସ୍। ତା’ପରେ ବର୍ଷିଲା ଗୁଳି। ବଞ୍ଚିବାର ସମସ୍ତ ରାସ୍ତା ବନ୍ଦ। ସହିଦ ହୋଇଗଲେ ୪୨ ଯବାନ।
ସୂଚନା ଅନୁସାରେ ୭୦ରୁ ଅଧିକ ବସରେ ୨୫୦୦ରୁ ଅଧିକ ସିଆରପିଏଫ ଯବାନ ଜମ୍ମୁ-କାଶ୍ମୀରରୁ ଶ୍ରୀନଗର ଅଭିମୁଖେ ହାଇୱେରେ ଯାତ୍ରା କରୁଥିବା ବେଳେ ପୁଲୱାମା ଠାରେ ଆଇଇଡି ବିସ୍ଫୋରକ ଭର୍ତ୍ତି ଏକ ଗାଡ଼ି ଯବାନଙ୍କ ବସକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୪୨ ଜଣ ଯବାନ ସହିଦ ହୋଇଥିବା ବେଳେ ୩୫ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି ।