Mon. May 12th, 2025

ଛାତ୍ରୀଙ୍କୁ ତଣ୍ଟିକାଟି ହତ୍ୟା ଉଦ୍ୟମ

By amfnews Nov 1, 2018 #Featured
161 Views

ହିଞ୍ଜିଳିକାଟୁ , ନଭେମ୍ବର ୦୧: ହିଞ୍ଜିଳିକାଟୁ ଥାନା ରାଳବ ଗ୍ରାମରେ  ସନ୍ଧ୍ୟାରେ ଜଣେ ଯୁକ୍ତ ତିନି ପଢୁଥିବା କଲେଜ ଛାତ୍ରୀଙ୍କୁ ଜଣେ ଯୁବକ ତଣ୍ଟି କାଟି ହତ୍ୟା ଉଦ୍ୟମ କରିଛି। ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ହିଞ୍ଜିଳିକାଟୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏନେଇ ହିଞ୍ଚିଳି ଥାନାରେ କେସ ନମ୍ବର ୨୮୭ ଅନୁସାରେ ଏକ ମାମଲା ରୁଜୁ ହୋଇଛି।

ମିଳିଥିବା ସୂଚନାନୁସାରେ, ସେହି ଗ୍ରାମର ବାଉରୀ ପରିଡ଼ା ନାମକ ଜଣେ ଯୁବକ ଛାତ୍ରୀ ଜଣଙ୍କୁ ପ୍ରାୟ ୬ ମାସ ହେଲା କଲେଜ ଯିବା ରାସ୍ତାରେ କମେଣ୍ଟ ମାରିବା ସହ ହଇରାଣ କରୁଥିଲା। ଛାତ୍ରୀ ଜଣକ ଗ୍ରାହକ ସେବା କେନ୍ଦ୍ରରେ ଲେ‌ଖାଲେଖି କାମ ମଧ୍ୟ କରନ୍ତି। ଆଜି ହଠାତ୍ ସେ କେନ୍ଦ୍ର ଭିତରେ ଥିବା ବେଳେ ବାଉରୀ ସେଠାରେ ପଶି ଏକ ଛୁରୀରେ ତାଙ୍କ ଗଳାକୁ କାଟିଦେବା ସହ ହାତକୁ ଆଘାତ ଦେଇଥିଲା ଓ ମୋବାଇଲ୍ ଫେଶନ୍ ମଧ୍ୟ ଲୁଟି ନେଇ ଯାଇଥିଲା। ପରେ ଛାତ୍ରୀଙ୍କୁ ହିଞ୍ଜିଳିକାଟୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

By amfnews

Related Post