Sat. Mar 7th, 2026

ଛାତ୍ରଛାତ୍ରୀମାନଙ୍କୁ ବାଡ଼େଇଥିବା ଶିକ୍ଷୟତ୍ରୀଙ୍କ ସ୍ୱାମୀ ଫେରାର

188 Views

ପାଟଣାଗଡ଼ :ବଲାଙ୍ଗୀର ଜିଲ୍ଲାର ଜାଲପାଲି ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ବାଡ଼ିରେ ପିଟିଥିବା ସେହି ବିଦ୍ୟାଳୟର ଶିକ୍ଷୟତ୍ରୀଙ୍କ ସ୍ୱାମୀ ଫେରାର ହୋଇଯାଇଥିବା ଘଟଣା ଏ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଅଭିଯୋଗ ଅନୁଯାୟୀ, ଜାଲପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ଲକ୍ଷ୍ମୀ ମେହେରଙ୍କୁ ପ୍ରତିଦିନ ତାଙ୍କ ସ୍ୱାମୀ ସୌଦାଗର ମେହେର ସ୍କୁଲକୁ ନେଇଯାଆନ୍ତି ଏବଂ ଛୁଟି ହେଲେ ସାଙ୍ଗରେ ସେଦୁହେଁ ଘରକୁ ଫେରିଥାନ୍ତି। ବେଳେବେଳେ ସୌଦାଗର ମେହେର ସ୍କୁଲରେ ପାଠ ବି ପଢ଼ାନ୍ତି। କିନ୍ତୁ ଗତକାଲି ସୌଦାଗର ଛାତ୍ରଛାତ୍ରୀମାନଙ୍କୁ ବାଡ଼ିରେ ପିଟିଥିଲେ।ପିଲାମାନେ ଘରେ ଆସି ସବୁକଥା ଜଣାଇବାପରେ ଆହତ ଛାତ୍ରଛାତ୍ରୀ ଘସିଏନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିଲେ। ଏନେଇ ଗ୍ରାମବାସୀ ଓ ଅଭିଭାବକମାନେ ଲରମ୍ଭା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଏହାପରେ ପାଟଣାଗଡ଼ର କୁକୁରମୁଣ୍ଡାରେ ରହୁଥିବା ଶିକ୍ଷୟିତ୍ରୀ ଲକ୍ଷ୍ମୀ ମେହେରଙ୍କ ସ୍ୱାମୀ ସୌଦାଗର ମେହେରଙ୍କୁ ଗିରଫ କରିବାଲାଗି ପୁଲିସ ଯାଇଥିଲେ ବି ଖାଲି ହାତରେ ଫେରିଥିଲେ। ସୌଦାଗର ମେହେର ଫେରାର ହୋଇଯାଇଥିବା ଜଣାଯାଇଛି। ଏଥିରେ ଉତକ୍ଷିପ୍ତ ହୋଇ ଗ୍ରାମବାସୀ ଓ ଅଭିଭାବକମାନେ ବିଦ୍ୟାଳୟରେ ତାଲା ପକାଇ ଦେଇଥିଲେ ।ପରେ ଅବଶ୍ୟ ଏ ବି ଇ ଓ ବିଦ୍ୟାଳୟକୁ ଯାଇ ଗ୍ରାମବାସୀଙ୍କ ସହ ଆଲୋଚନା କରିବା ପରେ ବିଦ୍ୟାଳୟ ଖୋଲିଥିଲା।

By amfnews

Related Post