Sun. Mar 8th, 2026

ଛାତରୁ ଖସିଲେ, ତଥାପି ଛାଡ଼ୁନି ଟିକ୍‌ଟକ୍‌ ମୋହ

160 Views

ରାଉରକେଲା  : ଟିକଟକ୍‌ ମାୟାରେ ବାୟା ହୋଇ ମେଡିକାଲ ବେଡ଼ରେ ପଡ଼ିଥିବା ଜଣେ ଯୁବକ ଏହି  ମୋହରୁ ବାହାରି ପାରୁ ନାହାନ୍ତି ।  ଟିକ୍‌ଟକ୍‌ ଭିଡିଓ କରୁଥିବା ସମୟରେ ଛାତରୁ ଖସି ସିଧା ପହଞ୍ଚିଲେ ହସ୍‌ପିଟାଲରେ ।  ଏତେ ସବୁ ଘଟଣା ସତ୍ତ୍ୱେ ଶିଖି ପାରିଲେନି ବୁଦ୍ଧି। ମେଡିକାଲ ବେଡ୍‌ରେ ବି ଯୁବକଜଣକ  ଟିକ୍‌ଟକ୍ ଭିଡିଓ କରିବାକୁ ପଛାଇ ନାହାନ୍ତି।

ସୋଶାଲ୍ ମିଡିଆରେ ଭାଇରାଲ୍ ପରେ ପୁଣି ଚର୍ଚ୍ଚା ପରିସରକୁ ଆସିଛନ୍ତି ରାଉରକେଲା ଗୋଲଘର ଅଞ୍ଚଳର ଅଲିନ୍ ଗୋଚ୍ଛାୟତ୍। କିଛି ଦିନ ତଳେ ଟିକ୍‌ଟକ୍‌  ଭିଡିଓ ପାଇଁ ସେ ଛାତରୁ ଖସି ଆହତ ହୋଇଥିଲେ। ଏକ ପରିତ୍ୟକ୍ତ ଘରର ଛାତ ଉପରେ ଟିକ୍‌ଟକ୍ ଭିଡିଓ କରିବା ବେଳେ ଅସାବଧାନତା ହେତୁ ଛାତରୁ ଖସି ପଡ଼ିଥିଲେ। ତାଙ୍କ ସାଙ୍ଗ ଏବଂ କିଛି ପଡ଼ୋଶୀ ତାଙ୍କୁ ପ୍ରଥମେ ରାଉରକେଲା  ସରକାରୀ ଡାକ୍ତରଖାନା ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇଜିଏଚ୍‌କୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କ ଗୋଡ଼ରେ ଆଘାତ ଲାଗିଥିବା ଜଣାଯାଇଛି। ଗତକାଲି ସେ ମେଡିକାଲରୁ ଡିସଚାର୍ଜ ହୋଇଥିବାବେଳେ ମେଡିକାଲରେ ପୁଣି ଥରେ ଟିକ୍‌ଟକ୍ ଭିଡ଼ିଓ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି।

By amfnews

Related Post