Sun. Nov 24th, 2024

ଛତିଶଗଡ଼: ଦନ୍ତେୱାଡାରେ ୩ କମାଣ୍ଡରଙ୍କ ସମେତ ଆତ୍ମସମର୍ପଣ କଲେ ୧୬ ଜଣ ନକ୍ସଲ

By amfnews Aug 14, 2020 #Featured
119 Views

ରାୟପୁର, ଅଗଷ୍ଟ ୧୪  : ସରକାରଙ୍କ ବିକାଶ ମୂଳକ ଯୋଜନାକୁ ନକ୍ସଲମାନେ ପ୍ରଶଂସା କରୁଛନ୍ତି । ସରକାରଙ୍କ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସେମାନେ ପାଦ ବଢ଼ାଇଛନ୍ତି । ପଡୋଶୀ ଛତିଶଗଡ଼ର ଦନ୍ତେୱାଡେରେ ୧୬ କମାଣ୍ଡର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏଥିରୁ ୩ ଜଣ କମାଣ୍ଡର ଅଛନ୍ତି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ୩ ଜଣ କମାଣ୍ଡରଙ୍କ ସମେତ ୧୬ ନକ୍ସଲ ଗତକାଲି ଦନ୍ତେୱାଡା ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ଦନ୍ତେୱାଡା ଆରକ୍ଷୀ ଅଧିକ୍ଷକ ଅଭିଷେକ ପଲ୍ଲବ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ ମଧ୍ୟରେ ୩ ଜଣ କମାଣ୍ଡର ଅଛନ୍ତି । ଏମାନଙ୍କୁ ଧରାଇ ଦେବା ଲାଗି ପୋଲିସ ପକ୍ଷରୁ ଜଣ ପିଛା ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଏମାନଙ୍କ ମଧ୍ୟରୁ ୨ ଜଣଙ୍କ ନାଁରେ ୫ଟି ଲେଖାଏଁ ମାମଲା ଥିବା ବେଳେ ଅନ୍ୟ ଜଣଙ୍କ ନାଁରେ ୪ଟି ମାମଲା ରହିଛି । ଆତ୍ମ ସମର୍ପଣକ କରିଥିବା ନକ୍ସଲମାନଙ୍କୁ ରାଜ୍ୟ ସରକାରଙ୍କ ଯୋଜନାରୁ ସୁବିଧା ଦିଆଯିବ ।  

By amfnews

Related Post