Thu. Jan 9th, 2025

ଛତିଶଗଡ଼ରେ ମାଓବାଦୀଙ୍କ ସହ ଗୁଳି ବିନିମୟ ପରେ ୧୩ଜଣ ନିରାପତ୍ତା କର୍ମଚାରୀ ନିଖୋଜ

By amfnews Mar 22, 2020 #Featured
127 Views

ରାୟପୁର : ଶନିବାର ସନ୍ଧ୍ୟାରେ ବସ୍ତର ଅଞ୍ଚଳର ସୁକମା ଜିଲ୍ଲାରେ ମାଓବାଦୀଙ୍କ ସହ ଗୁଳି ବିନିମୟ ପରେ ୧୩ ଜଣ ନିରାପତ୍ତା କର୍ମଚାରୀ ନିଖୋଜ ହୋଇଯାଇଥିବା ପୁଲିସ କହିଛି ।

ଏହି ଗୁଳି ବିନିମୟ ଘଟଣାରେ ଆହତ ହୋଇଥିବା ଅନ୍ୟ ୧୪ଜଣ ନିରାପତ୍ତା କର୍ମଚାରୀଙ୍କୁ ଶନିବାର ରାତିରେ ଚିକିତ୍ସା ନିମନ୍ତେ ରାୟପୁର ନିଆଯାଇଛି । ସୁକମାର ଉତ୍ତରକୁ ପ୍ରାୟ ୪୦୦ କିଲୋମିଟର ଦୂରରେ ରାୟପୁର ଅବସ୍ଥିତ ।

ଛତିଶଗଡ଼ ପୁଲିସ ମହାନିର୍ଦେଶକ ଡି.ଏମ୍. ଅୱସ୍ଥିଙ୍କ କହିଛନ୍ତି ଯେ ଶନିବାର ଅପରାହ୍ଣ ପ୍ରାୟ ୧ଟା ବେଳେ ଚିନ୍ତାଗୁଫା ଅଞ୍ଚଳର କୋରଜଗୁଡ଼ା ପାହାଡ଼ ନିକଟରେ ଗୁଳି ବିନିମୟ ହୋଇଥିଲା । ସେତେବେଳେ ନିରାପତ୍ତା ବଳର ଏକ ମିଳିତ ଟିମ୍ ସେ ଅଞ୍ଚଳରେ ମାଓବିରୋଧୀ ଅଭିଯାନ ଚଳାଉଥିଲେ । ଅପରାହ୍ଣ ୧ଟା ପରେ ସନ୍ଧ୍ୟାଯାଏଁ ସେଠାରେ ଏକାଧିକ ବାର ଗୁଳି ବିନିମୟ ହୋଇଥିଲା । ନିରାପତ୍ତା ବଳ କର୍ମଚାରୀମାନେ ଫେରିବା ପରେ ଜଣାପଡ଼ିଲା ସେମାନଙ୍କ ମଧ୍ୟରୁ ରାଜ୍ୟ ପୁଲିସ ୧୩ଜଣ ଯବାନ ନାହାନ୍ତି ଏବଂ ଆଉ ୧୪ ଜଣ ଆହତ ହୋଇଛନ୍ତି ।

ଡିଷ୍ଟି୍ରକ୍ଟ ରିଜର୍ଭ ଗାର୍ଡ, ସ୍ପେସାଲ ଟାସ୍କ ଫୋର୍ସ ଏବଂ କୋବ୍ରା ଚଳାଇଥିବା ଏହି ମାଓବିରୋଧୀ ଅଭିଯାନରେ ୧୫୦ଜଣ ନିରାପତ୍ତା କର୍ମଚାରୀ ସମ୍ପୃକ୍ତ ଥିଲେ ।
ନିଖୋଜ ହୋଇଥିବା ୧୩ଜଣ ନିରାପତ୍ତା କର୍ମଚାରୀଙ୍କ ସନ୍ଧାନ ନେବା ଲାଗି ଆଜି ସକାଳେ ଘଟଣାସ୍ଥଳରେ ତଲାସ ଅଭିଯାନ ଆରମ୍ଭ ହୋଇଛି । ପୁଲିସ ମହାନିର୍ଦେଶକ ଆହୁରି କହିଛନ୍ତି ଯେ ମାନ୍ଦୱି ହିଦ୍ମାଙ୍କ ନେତୃତ୍ୱାଧୀନ “ସିପିଆଇ’ର (ମାଓବାଦୀ) ଏକ ନମ୍ବର ବାଟାଲିଆନ୍ ସହ ଏହି ଗୁଳି ବିନିମୟ ଚାଲିଥିଲା ।

By amfnews

Related Post