Tue. Nov 5th, 2024

ଛଟ୍ ପର୍ବରେ  ସୂର୍ଯ୍ୟଙ୍କୁ ଅର୍ଘ୍ୟଦେଲେ ବ୍ରତଧାରୀ

By amfnews Nov 14, 2018 #Featured
116 Views

ରାଉରକେଲା, ୧୪ ।୧୧ : ରାଉରକେଲା ସହରରେ ଥିବା ବିଭିନ୍ନ ଘାଟଗୁଡିକରେ ଛଟ୍ ବ୍ରତଧାରୀମାନେ ସୂର୍ଯ୍ୟଙ୍କ ଉପାସନା ସହ ଛଟ୍ ପର୍ବ ମହାସମାରୋହରେ ପାଳନ କରିଛନ୍ତି । ସହରରେ ଥିବା ୧୬ଟି ଛଟ୍ ଘାଟରେ ପର୍ବ ପାଳନ ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ହଜାର ହଜାର ସଂଖ୍ୟାରେ ବ୍ରତଧାରୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ପାଇଁ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି ।

ବିଶେଷକରି ବେଦବ୍ୟାସ, ଡିଏଭି ପୋଖରୀ, ଟିମ୍ବର କଲୋନୀ ପୋଖରୀ, ବାଲୁଘାଟ, ଝିରପାଣି, ତୁମକେଲା ଆଦି ଘାଟଗୁଡିକରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ବ୍ରତଧାରୀମାନେ ନିଜ ନିଜ ପରିବାରର ଉତ୍ତମ ସ୍ୱାସ୍ଥ୍ୟ, ସମୃଦ୍ଧି, ପିଲାମାନଙ୍କ ଦୀର୍ଘ ନିରାମୟ କାମନା କରି ଏହି ପର୍ବକୁ ନିଷ୍ଠାର ସହ ପାଳନ କରିଥିଲେ ।

ଗତକାଲି କାଲିଠାରୁ ଉପବାସରେ ଥିବା ଶ୍ରଦ୍ଧାଳୁମାନେ ଆଜି ପ୍ରତ୍ୟୁଷରୁ ଘାଟରେ ପୂଜା ସାମଗ୍ରୀ ନେଇ ପହଞ୍ôଚଥିଲେ । ପାଣି ଭିତରେ ଉଦିତ ସୂର୍ଯ୍ୟ ଦେବତାଙ୍କ ଉଦ୍ଦେଶ୍ୟରେ ଶେଷ ଅର୍ଘ୍ୟ ପ୍ରଦାନ କରି ପୂଜାର୍ଚ୍ଚନା କରିଥିଲେ । ବିଶ୍ୱଶାନ୍ତି ନିମେନ୍ତ ସୂର୍ଯ୍ୟ ଦେବତାଙ୍କର ପ୍ରତିମୂର୍ତ୍ତି ନିର୍ମାଣ କରାଯାଇ ପୂଜା କରାଯାଇଥିଲା ।

By amfnews

Related Post