Sat. Mar 7th, 2026

‘ଚୌକିଦାର ଚୋର ହୈ’ ପାଇଁ ରାହୁଲଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଚେତାବନୀ

212 Views

ନୂଆଦିଲ୍ଲୀ: ଗୁରୁବାର ରାହୁଲ ଗାନ୍ଧିଙ୍କ ବିରୋଧରେ ଚାଲିଥିବା କୋର୍ଟ ଅବମାନନା ମାମଲା ବନ୍ଦ କରିବା ସହ ତାଙ୍କୁ ଚେତାବନୀ ଦେଇଛନ୍ତି। ରାଫେଲ୍‌ ଚୁକ୍ତିକୁ ନେଇ ରାହୁଲ ପୂର୍ବରୁ କହିଥିଲେ, କୋର୍ଟ କହିଛନ୍ତି ‘ଚୌକିଦାର ଚୌର ହୈ’। ନିର୍ବାଚନ ପୂର୍ବରୁ ସେ ଏଭଳି କହିଥିଲେ ଏବଂ କୋର୍ଟ ଏଭଳି କେବେ ମଧ୍ୟ କହି ନଥିବାରୁ ସେ କୋର୍ଟଙ୍କ ନିକଟରେ ନିଃସର୍ତ୍ତ କ୍ଷମା ମାଗିବାକୁ ପଡ଼ିଥିଲା। ଆଜି କୋର୍ଟ ଏହି କ୍ଷମାକୁ ଗ୍ରହଣ କରିବା ସହ ମାମଲା ବନ୍ଦ କରିଦେଇଛନ୍ତି।

ଅନ୍ୟ ପକ୍ଷରେ ସମାନ ମାମଲାର ଶୁଣାଣି କରି ସୁପ୍ରିମ୍‌କୋର୍ଟ କହିଛନ୍ତି, କେହି ଜଣେ ଗୁରୁତ୍ୱପୂର୍ଣ୍ଣ ପଦବଦୀରେ ଥିବା ସମୟରେ ନିଜ ମତ ମନ୍ତବ୍ୟକୁ ନେଇ ଯତ୍ନବାନ ହେବା ଉଚିତ। ସେ ରାହୁଲଙ୍କୁ ଚେତାବନୀ କହିଥିଲେ, ରାହୁଲ ଗାନ୍ଧି ଭବିଷ୍ୟତରେ ମଧ୍ୟ ଏଭଳି କହିବା ସମୟରେ ସତର୍କ ରହିବା ଦରକାର। ସୁପ୍ରିମ୍‌କୋର୍ଟ ପ୍ରଧାନବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏଭଳି ରାୟ ଦେଇଛନ୍ତି। ଏହି ଖଣ୍ଡପୀଠରେ ଜଷ୍ଟିସ୍‌ ଏସ୍‌କେ କାଉଲ ଏବଂ ଜଷ୍ଟିସ୍‌ କେଏମ୍‌ ଯୋଶେଫ୍‌ ମଧ୍ୟ ସଦସ୍ୟ ଅଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ରାହୁଲଙ୍କ ‘ଚୌକିଦାର ଚୋର ହୈ’ ମନ୍ତବ୍ୟ ନେଇ ବିଜେପି ସାଂସଦ ମୀନାକ୍ଷୀ ଲେଖି ସୁପ୍ରିମ୍‌କୋର୍ଟରେ କୋର୍ଟ ଅବମାନନା ପିଟିସନ୍‌ ଦାୟର କରିଥିଲେ। ଆଜି ସୁପ୍ରିମ୍‌କୋର୍ଟ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲା ସହ ଏହି ମାମଲାରେ ମଧ୍ୟ ଶୁଣାଣି କରିଥିଲେ।

By amfnews

Related Post