Sun. Mar 8th, 2026
161 Views

ଭୁବନେଶ୍ୱର : ଜଣେ ସ୍ୱାମୀ ହେଲେ ସ୍ତ୍ରୀ ସଂଖ୍ୟା ୨। ଯୁବକଜଣକ ପରିବାର ଲୋକଙ୍କ ସହମତିରେ ପ୍ରଥମ ବିବାହ କରିଥିବାବେଳେ ଆଉ ଜଣଙ୍କୁ ଚୋରା ପୀରତିରେ ବିବାହ କରିଛନ୍ତି। ଏହି ଘଟଣା ଜଣାପଡ଼ିବା ପରେ ଶେଷରେ ମାମଲା ଯାଇ ଥାନାରେ ପହଞ୍ଚିଛି। ରାଜଧାନୀ ଭୁବନେଶ୍ୱରରେ ଏଭଳି ଏକ ପରକୀୟା ପ୍ରୀତିକୁ ନେଇ ଚର୍ଚ୍ଚା। କେନ୍ଦୁଝରର ଶଶାଙ୍କ ଶେଖର ମହନ୍ତ ନାମକ ଜଣେ ଯୁବକଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଛି।

ନିଜକୁ ଦ୍ୱିତୀୟ ପତ୍ନୀ ବୋଲି ଦାବି କରୁଥିବା ମହିଳାଜଣକ ସହିଦ୍ ନଗର ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ,  “ବର୍ଷେ ତଳେ ଏକ ପାର୍କରେ  ଶଶାଙ୍କଙ୍କ ସହ ଦେଖା ହୋଇଥିଲା। ଏହାପରେ ଉଭୟ ବିବାହ କରିଥିଲୁ। ମାତ୍ର ବିବାହ ସମୟରେ ସେ ବିବାହିତ କିମ୍ବା ତାଙ୍କର ଛୁଆ ଥିବା ବିଷୟରେ ଜାଣି ନ ଥିଲି। ଏ ବିଷୟରେ ଜାଣିବା ପରେ  ପ୍ରଥମ ପତ୍ନୀଙ୍କୁ ଛାଡ଼ିବା ପାଇଁ ତାଙ୍କୁ କହିଥିଲି। ମାତ୍ର ଶଶାଙ୍କ ଏଥିରେ ରାଜି ନ ହୋଇ ଧମକ ଦେବା ସହ ମାଡ଼ ମଧ୍ୟ ମାରିଲେ। ”

ମହିଳା ଜଣକ ଆହୁରି ଅଭିଯୋଗ ଆଣି କହିଛନ୍ତି, ‘ଏବେ ସେ ମନା କରୁଛି ମୋ ସହ ଆଉ ରହିବ ନାହିଁ। ମୋ ଲାଇଫ୍‌କୁ ସେ ପୂରା ବର୍‌ବାଦ୍‌ କରିଦେଲା।  ମୁଁ ଚାହୁଁଛି ମୋତେ ନ୍ୟାୟ ମିଳୁ। ତାକୁ କୋର୍ଟଚାଲାଣ କରାଯାଉ। ’

ଅନ୍ୟପକ୍ଷରେ ଶଶାଙ୍କଙ୍କ ପ୍ରଥମ ପତ୍ନୀ କହିଛନ୍ତି, ଉଭୟଙ୍କର ଦୋଷ ଥିବା ମୁଁ ସ୍ୱୀକାର କରୁଛି। ମୁଁ କହୁନି ଯେ, ମୋ ସ୍ୱାମୀ ପୂରା ଠିକ୍‌। କିନ୍ତୁ ତାଙ୍କୁ ବ୍ଲାକ୍‌ମେଲିଂ କରି ଫସା ଯାଇଛି। ଉଭୟ ପୂର୍ବରୁ ପରସ୍ପରକୁ ଭାଇଭଉଣୀ ବୋଲି କହୁଥିବା ବେଳେ ସମ୍ପର୍କ ଏତେ ବଢ଼ି ଯାଇଥିଲା ଯେ ସୁରାଗ ମିଳିପାରି ନ ଥିଲା। ”

By amfnews

Related Post