Sun. Mar 8th, 2026

ଚେନ୍ନାଇରୁ ଚୋରି କରିଥିଲେ, ଘସିପୁରାରୁ ଗିରଫ ହେଲେ

166 Views

ଆନନ୍ଦପୁର : ଚେନ୍ନାଇରୁ ଚୋରି କରି ଆସି ଓଡ଼ିଶାରେ ଲୁଚିଥିଲେ ଦୁଇ ଲୁଟେରା। ହେଲେ ସେମାନଙ୍କ ମଧ୍ୟରୁ ଜଣକୁ ଉଠାଇ ନେଇଛି ତାମିଲନାଡୁ ପୁଲିସ୍‌। ଏହି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ।

ଅଭିଯୁକ୍ତମାନେ ହେଲେ ଗୌରାଙ୍ଗ ଜେନା ଓ ଶିବା ନାୟକ। ପୁଲିସ୍‌ ଗୌରାଙ୍ଗକୁ ଗିରଫ କରିଥିବା ବେଳେ ଶିବା ପୁଲିସ୍‌କୁ ଚକମା ଦେଇ ଫେରାର ହୋଇଯାଇଛି। ଉଭୟଙ୍କ ଘର ଘସିପୁରା ଥାନା ତରଡ଼ିପାଳ ଗାଁରେ।

ସୂଚନା ଅନୂଯାୟୀ, ଗୌରାଙ୍ଗ ଓ ଶିବା ଚେନ୍ନାଇର ତିରୁଭନମିୟୁର୍ ପୁଲିସ୍ ଷ୍ଟେସନ୍ ଅଞ୍ଚଳର ସୟିଦ ଲିକାୟତ ଅଲିଙ୍କ ଘରୋଇ ସହାୟକ ଭାବେ କାମ କରୁଥିଲେ। ହେଲେ ଅଲି ପରିବାର ବିଦେଶରେ ରହୁଥିଲେ। ଏ ଦୁଇ ଜଣ ଘରର ଦେଖାଶୁଣା କରୁଥିଲେ। ତେବେ ଅଲି ପରିବାର ଘରେ ରହୁ ନଥିବାର ସୁଯୋଗ ନେଇ ଏ ଦୁହେଁ ଘରୁ ଟଙ୍କା, ସୁନା ଓ ବିଦେଶୀ ମୁଦ୍ରା ଚୋରି କରି ଫେରାର ହୋଇଯାଇଥିଲେ। ଏନେଇ ଲିକାୟତ ଅଲି ଅଗଷ୍ଟ ୧୪ ତାରିଖରେ ଥାନାରେ ଅଭିଯୋଗ କରିଥିଲେ।

ଶିବା     

ତାମିଲନାଡୁ ପୁଲିସ୍‌ ଘଟଣାର ତଦନ୍ତ କରି ଦୁଇ ଲୁଟେରାଙ୍କ ଘର ଓଡ଼ିଶାରେ ବୋଲି ଜାଣିଥିଲା। ଗତକାଲି ବିଳମ୍ବିତ ରାତିରେ ତାମିଲନାଡୁ ପୁଲିସ୍ ସଂପୃକ୍ତ ଯୁବକଙ୍କ ଘରେ ଚଢ଼ଉ କରିଥିଲା। ପୁଲିସ୍‌ ଗୌରାଙ୍ଗକୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଶିବା ସେମାନଙ୍କୁ ଚକମା ଦେଇ ଫେରାର ହୋଇଯାଇଥିଲା। ଗୌରାଙ୍ଗକୁ ପୁଲିସ୍‌ ଗିରଫ କରି ତାମିଲନାଡୁ ନେଇ ଯାଇଛି।

ଗୌରାଙ୍ଗଗଗ

By amfnews

Related Post