Wed. Jan 1st, 2025

ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ:ବୌଦ୍ଧରେ ୭୯୬୦ ନୂଆ ଭୋଟର

By amfnews Jan 23, 2019 #Featured
336 Views

ବୌଦ୍ଧ, ଜାନୁଆରୀ ୨୩ : ଆସନ୍ତା ସାଧାରଣ ନିର୍ବାଚନରେ ବୌଦ୍ଧ ଜିଲ୍ଲାରେ ଭୋଟ ଦେବେ ମୋଟ ୩ଲକ୍ଷ ୧୫ହଜାର ୬୦୮ଜଣ ଭୋଟର। ଗତ ୨୦୧୮ ସେପ୍ଟେମ୍ବର ୧ତାରିଖରେ ଜିଲ୍ଲା ନିର୍ବାଚନ ବିଭାଗ ପକ୍ଷରୁ ପ୍ରକାଶିତ ଡ୍ରାଫ୍ଟ ବିଜ୍ଞପ୍ତି ଅନୁସାରେ ଜିଲ୍ଲାରେ ମୋଟ ୩ ଲକ୍ଷ ୭ ହଜାର ୬୪୮ ଭୋଟର ରହିଥିଲେ। ୨୦୧୯ ଜାନୁଆରି ୧ ତାରିଖ ପର୍ଯ୍ୟନ୍ତ ପ୍ରସ୍ତୁତ ନୂଆ ଭୋଟର ତାଲିକା ଅନୁସାରେ ୭୯୬୦ ଜଣ ନୂଆ ଭୋଟରଙ୍କୁ ତାଲିକାରେ ସାମିଲ କରାଯାଇ ପାରିଛି। ଏଥିରେ ୩୮୬୯ ପୁରୁଷ ଭୋଟର ଏବଂ ୪୧୦୦ ମହିଳା ଭୋଟରଙ୍କ ନାମ ତାଲିକାଭୁକ୍ତ ହୋଇଛି। ସର୍ବମୋଟ ଭୋଟର ଅନୁପାତରେ ୨.୬୮ % ବୃଦ୍ଧି ହୋଇଥିବା ଉପଜିଲ୍ଲାପାଳ ତଥା ଇଲେକ୍ଟ୍ରୋରାଲ ରେଜିଷ୍ଟେସନ୍ ଅଫିସର ଏନସି ଜ୍ୟୋତି ରଂଜନ ନାୟକ ସୂଚନା ଦେଇଛନ୍ତି। ନୂଆ ଭୋଟର ତାଲିକାକୁ ଜିଲ୍ଳାର ଦୁଇଟି ନିର୍ବାଚନ ମଣ୍ଡଳୀରେ ଥିବା ମୋଟ ୪୧୧ ବୁଥରେ ସର୍ବସାଧାରଣରେ ପ୍ରକାଶ କରାଯାଇଛି ଏବଂ ସମସ୍ତ ରାଜନୈତିକ ଦଳଗୁଡିକୁ ତାହାର ହାର୍ଡ କପି ଏବଂ ସିଡି ମାଧ୍ୟମରେ ସଫ୍ଟ କପି ଯୋଗାଇ ଦିଆଯାଇଛି ବୋଲି ଶ୍ରୀ ନାୟକ କହିଛନ୍ତି।

ଜିଲ୍ଲାର ଦୁଇ ନିର୍ବାଚନ ମଣ୍ଡଳୀ ମଧ୍ୟରୁ ୮୫ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ପୂର୍ବ ପ୍ରକାଶିତ ତାଲିକା ଅନୁସାରେ ୧ଲକ୍ଷ ୫୫ ହଜାର ୬୧୦ ଜଣ ଭୋଟର ରହିଥିବା ବେଳେ ନୂଆ ତାଲିକାରେ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୫୯ହଜାର ୫୭୫କୁ ବୃଦ୍ଧି ହୋଇଛି। ଏହି ନିର୍ବାଚନ ମଣ୍ଡଳୀରେ ୩୯୬୫ଜଣ ନୂଆ ଭୋଟର ତାଲିକାଭୁକ୍ତ ହୋଇଛନ୍ତି। ଏଥିରେ ୨୦୦୭ ପୁରୁଷ ଭୋଟର ଏବଂ ୧୯୫୯ ମହିଳା ନୂଆ ଭୋଟର ରହିଛନ୍ତି। ସେହିପରି ବୌଦ୍ଧ ନିର୍ବାଚନ ମଣ୍ଡଳୀ ୮୬ରେ ପୂର୍ବରୁ ୧ ଲକ୍ଷ ୫୨ହଜାର ୩୮ଜଣ ରହିଥିଲେ । ନୂଆ ତାଲିକାରେ ଏହି ସଂଖ୍ୟା ୧ ଲକ୍ଷ ୫୬ହଜାର ୩୩କୁ ବୃଦ୍ଧି ପାଇଛି ଏବଂ ୩୯୯୫ ନୂଆ ଭୋଟର ଯୋଡି ହୋଇଛନ୍ତି। ନୂଆ ଭୋଟରଙ୍କ ମଧ୍ୟରେ ୧୮୫୨ଜଣ ପୁରୁଷ ଏବଂ ୨୧୪୧ ମହିଳା ଭୋଟରଙ୍କୁ ନୂଆ ଭାବେ ସାମିଲ କରାଯାଇଥିବା ଜଣାଯାଇଛି।

By amfnews

Related Post