272 Views
ନୂଆଦିଲ୍ଲୀ, ନଭେମ୍ବର ୨୧: ହିମାଚଳ ପ୍ରଦେଶରେ ଚୀନ ସୀମା ଅଂଚଳରେ ଅତିଶୀଘ୍ର ଏବଂ ସହଜରେ ଭାରତୀୟ ସେନା ପହଁଚିପାରିବେ । ଏହା ଏଥିପାଇଁ ସମ୍ଭବ କାରଣ ସାମରିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ୫ନମ୍ବର ଜାତୀୟ ରାଜପଥ ହିନ୍ଦୁସ୍ଥାନ-ତିବ୍ଦତ ରାସ୍ତାକୁ ଡବଲଲାଇନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଏହି ରାସ୍ତା ନିର୍ମାଣ ପାଇଁ କେନ୍ଦ୍ର ସରକାର ୧୫୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଝାକଡୀଠାରୁ ରିକାଙ୍ଗାପିଓ ଯାଏଁ ୧୦୦ କିମି ଲମ୍ବ ଏହି ରାଜପଥର ଡବଲଲାଇନ କାମ ୨୦୧୯ ଡିସେମ୍ବର ସୁଧା ଶେଷ ହେବ । ସାଧାରଣ ଜନତା ମଧ୍ୟ ଏଥିରେ ଉପକୃତ ହେବେ ।
ଝାକଡୀ ଠାରୁ ରିକାଙ୍ଗାପିଓ ଯିବା ପାଇଁ ୫ରୁ ୬ ଘଂଟା ସମୟ ଲାଗିଥାଏ । ଏହି ରାସ୍ତା ଡବଲଲାଇନ ହେଲେ ମାତ୍ର ୨ଘଂଟାରେ ଯାତ୍ରା ଶେଷ କରିହେବ । ଏହି ସ୍ଥାନରୁ କୌରିକ ସୀମା ପ୍ରାୟ ୩୦୦ କିମି ଦୂରରେ ଅବସ୍ଥିତ । କିଛିଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏବଂ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ପୂର୍ବରୁ ଆଲୋଚନା କରିସାରିଛନ୍ତି । ଏହାପରେ ମନ୍ତ୍ରୀ ସୀମା ସଡକ ସଂଗଠନୁ ଏହାର ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ରାସ୍ତା ସମ୍ପୂର୍ଣ୍ଣ ହେବା ପରେ ଭାରତୀୟ ସେନା ଏବଂ ପର୍ଯ୍ୟଟକମାନେ ମଧ୍ୟ ଫାଇଦାରେ ରହିବେ ।