131 Views
ୱାଶିଂଟନ, ନଭେମ୍ବର ୧୯ : ଆମେରିକାରେ ଯଦିଓ କ୍ଷମତାକୁ ନେଇ ରାଜନୀତି ଚାଲିଛି । କିନ୍ତୁ ଚୀନକୁ ନେଇ ଏହାର ନୀତି ଜାରି ରହିଛି । ଫ୍ଲାଇଟ ମନିଟର ଏୟାରକ୍ରାଫ୍ଟ ସ୍ପୋଟର୍ସ ଅନୁସାରେ ଆମେରିକା ନିକଟରେ ଚୀନର ବାୟୁ ରକ୍ଷା ପରିସରରେ ୨ଟି ଲମ୍ବା ରେଂଜ ବୋମାବର୍ଷକ ବିମାନ ପଠାଇଥିଲା ।
ଆମେରିକାର ଏହି ପଦକ୍ଷେପ ଏକ ପ୍ରକାର ଚୀନକୁ ଖୋଲା ଚେତାବନୀ ଯେ, ଯଦି ସେ ନିଜର ଜିଦରୁ ନ ଓହରିବ, ତାହେଲେ ୟୁଏସ ଏୟାରଫୋର୍ସ ବଳପୂର୍ବକ ପ୍ରବେଶ କରି କ୍ଷମତା ପ୍ରଦର୍ଶନ କରିବ । ଚୀନର ସେନା ଯୁଦ୍ଧାଭ୍ୟାସ କରୁଥିବା ବଙ୍କଳ ଆମେରିକା ବିମାନ ପ୍ରବେଶ କରିଥିଲା ।
ଫ୍ଲାଇଟର ମନିଟର ଏୟାରକ୍ରାଫ୍ଟ ସ୍ପୋଟର୍ସ ମଙ୍ଗଳବାର ସକାଳୁ କହିଛି, ୨ଟି ୟୁଏସଏ ଏଫ ବି-୧ ବୋମାବର୍ଷକ ବିମାନ ଚୀନର ଏଡିଆଇଜେଡରେ ପ୍ରବେଶ କରିଥିଲା ଏବଂ କିଛି ସମୟ ପରେ ପୁଣି ଫେରିଆସିଥିଲା । ସୂଚନାଯୋଗ୍ୟ, ବି୧-ବିରେ କୌଣସି ପ୍ରକାରର ବୋମାବର୍ଷକର ତୁଳନାରେ ସବୁଠାରୁ ବଡ଼ ପୋଲାଡ । ଆମେରିକା ସେନା ପୂର୍ବରୁ ହିଁ ଏହାକୁ ବ୍ୟବହାର କରିଆସୁଛି ।