Mon. Jan 13th, 2025

ଚୀନ ତିଆରିଲା ମଦର ଅଫ ଅଲ ବୋମା!

By amfnews Jan 5, 2019 #Featured
224 Views

ପେଇଚିଙ୍ଗ, ଜାନୁଆରୀ ୦୫ : ଚୀନ ସବୁଠାରୁ ଶକ୍ତିଶାଳୀ ବୋମା ତିଆରି କରିଥିବା ଦାବି କରୁଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଏପର୍ଯ୍ୟନ୍ତ ଆମେରିକାର ‘ମଦର ଅଫ ଅଲ ବମ୍ସ’ ଏବଂ ଋଷିଆର ‘ଫାଦର ଅଫ ଅଲ ବମ୍ସ’ ବିଶ୍ୱବାସୀଙ୍କ ସମ୍ମୁଖରେ ଥିଲା କିନ୍ତୁ ଚୀନ ନିଜର ବୋମାକୁ ଆମେରିକା ଓ ଋଷିଆ ଠାରୁ ବି ଅଧିକ ଶକ୍ତିଶାଳୀ ବୋଲି ଦାବୀ କରୁଛି । ଏହି ବୋମା କମ ସମୟ ମଧ୍ୟରେ ବିରାଟ କ୍ଷତି କରିପ।ରିବାର କ୍ଷମତା ରଖିଥିବା ଚୀନ ଦାବୀ କରୁଛି ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଚୀନର ଦାବୀ ଯେ, କୌଣସି ବି ପରମାଣୁ ଅସ୍ତ୍ର ପରେ ଆମେ ପରବର୍ତ୍ତୀ ସବୁଠାରୁ ବଡ଼ ଘାତକ ସୃଷ୍ଟି କରିବାକୁ କ୍ଷମତା ରଖିଥିବା ବୋମା ତିଆରି କରିଛୁ । ଚୀନ ଦ୍ୱାରା ପ୍ରସ୍ତୁତ ବୋମା ଆମେରିକା ତୁଳନାରେ ଆକାର ଦୃଷ୍ଟିରୁ ଛୋଟ ଏବଂ ହାଲୁକା କିନ୍ତୁ ଏଥିରୁ ଯେଉଁ ବିଷ ଉତ୍ପନ୍ନ ହେବ, ତାହା ଭୟଙ୍କର କ୍ଷତି ଉପୁଜାଇ ପାରିବ । ଚୀନ ଏହାକୁ ୨୦୧୮ରେ ଏଚ-୬ ଏୟାରକ୍ରାଫ୍ଟରୁ ତଳକୁ ଖସାଇଥିଲା । ଭୂମି ଉପରେ ପଡ଼ିବା ମାତ୍ରେ ପରମାଣୁ ବୋମା ଭଳି ବିସ୍ଫୋରଣ ଘଟିଥିଲା । ଚୀନ କମ୍ପାନୀ ‘ନୋରିନକୋ’ ନିଜର ୱେବସାଇଟରେ ଏହି ବୋମାର ପରୀକ୍ଷଣ ସଂପର୍କୀତ ଭିଡିଓ ଜାରି କରିଛି । ସାର୍ବଜନୀକ ଭାବରେ ଏଭଳି ଘଟଣାକୁ ଭିଡିଓ ମାଧ୍ୟମରେ ଦେଖାଯିବା ଏହା ହେଉଛି ପ୍ରଥମ ଘଟଣା ।

ସୂଚନାଯୋଗ୍ୟ ଆଫଗାନିସ୍ତାନରେ ଆଇଏସଆଇଏସ ଆତଙ୍କବାଦୀ ବିରୋଧରେ ଆମେରିକା ପ୍ରଥମ ଥର ନିଜର ସବୁଠାରୁ ଶକ୍ତିଶାଳୀ ପରମାଣୁ ବୋମା ଜିବିୟୁ-୪୩କୁ ବ୍ୟବହାର କରିଥିଲା । ଏହି ବୋମା ଭୟଙ୍କର ଆତଙ୍କ ଖେଳାଇଥିଲା । ଏଥିରେ ୩-୩.୫ କିଲୋମିଟର ପର୍ଯ୍ୟନ୍ତ ପରିଧୀରେ ଆତଙ୍କ ଖେଳାଇଥିଲା । ଏହା ପରେ ଋଷିଆ ଏହାର ୪ ଗୁଣ ଶକ୍ତିଶାଳୀ ବୋମା ପ୍ରସ୍ତୁତ କରିଥିଲା ।

By amfnews

Related Post