Sat. Mar 7th, 2026

ଚୀନ୍‌ର ଆଉ ଏକ ଘାତକ ଭୂତାଣୁ ‘ହନ୍ତା ଭାଇରସ’, ଜଣେ ମୃତ

222 Views

ବେଜିଂ: ଗୋଟିଏ ପଟେ କରୋନା ଭାଇରସ ସମଗ୍ର ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏବେ ଚୀନ୍‌ରେ ଆଉ ଏକ ଘାତକ ଭାଇରସ୍‌ ଚୀନ୍‌ ଆଖିରୁ ନିଦ ହଜେଇ ଦେଇଛି। ଏହି ନୂଆ ଭାଇରସର ନାମ ହନ୍ତା ଭାଇରସ। ଏହା ମୂଷା ଦ୍ବାରା ସଂକ୍ରମିତ ହୋଇଥାଏ ବୋଲି ଜଣାପଡ଼ିଛି। କରୋନା ଭାଇରସକୁ ସମଗ୍ର ବିଶ୍ବ ମହାମାରୀ ଘୋଷଣା କରି ସାରିଥିଲା ବେଳେ ଏବେ ହନ୍ତାଭାଇରସ ଚୀନ୍‌ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ହନ୍ତା ଭାଇରସ୍‌ ସଂକ୍ରମଣରେ ଚୀନ୍‌ରେ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇ ସାରିଲାଣି। ହନ୍ତା ଭାଇରସକୁ ନେଇ ଏବେ ସୋସିଆଲ୍‌ ମିଡିଆଠାରୁ ଆରମ୍ଭ କରି ସାଧାରଣ ଗଣମାଧ୍ୟମରେ ଜୋର୍‌ଦାର ପ୍ରଚାର ହେଉଛି।

ଚୀନ୍‌ର ୟୁନାନ୍‌ ପ୍ରଦେଶରେ ହନ୍ତାଭାଇରସରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ବୋଲି ଗ୍ଲୋବାଲ ଟାଇମ୍‌ସରେ ରିପୋର୍ଟ ପ୍ରକାଶ ପାଇଛି। ୩୨ ବର୍ଷୀୟ ଏହି ବ୍ୟକ୍ତିଙ୍କ ଦେହରେ ହନ୍ତା ଭାଇରସ ପଜିଟିଭ୍‌ ଆସିଥିଲା। ଗତ ସୋମବାର ତାଙ୍କର ମୃତ୍ୟୁ ହୋଇଯାଇଛି। ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ସନ (ସିଡିସି) ଅନୁସାରେ, ହନ୍ତା ଭାଇରସ ମୂଷା ଦ୍ବାରା ବ୍ୟାପିଥାଏ। ଏହା ମଣିଷ ଶରୀରରେ ହନ୍ତାଭାଇରସ ପଲ୍‌ମୁନାରି ସିଣ୍ଡ୍ରୋମ (ଏଚ୍‌ପିଏସ୍‌) ଏବଂ ଏଚ୍‌ଏଫ୍‌ଆର୍‌ଏସ୍‌ (ହେ‌ମୋରାଜିକ୍‌ ଫିଭର ଉଇଥ୍‌ ରେନାଲ୍‌ ସିଷ୍ଟମ) ରୋଗ ସୃଷ୍ଟି କରିଥାଏ। ହନ୍ତା ଭାଇରସ ବାୟୁ ଦ୍ବାରା ସଂକ୍ରମିତ ହୋଇ ନଥା‌ଏ। ମଣିଷର ମୂତ୍ର, ମୁହଁ ଏବଂ ମୂଷାର ଲାଳ ଦ୍ବାରା ସଂକ୍ରମିତ ହୋଇଥାଏ। ମୂଷା ବଂଶକୁ ନିୟନ୍ତ୍ରଣ କରିପାରିଲେ ଏଚ୍‌ପିଏସ୍‌କୁ ରୋକାଯାଇ ପାରିବ ବୋଲି ସିଡିସି ଚେତାବନୀ ଦେଇଛି।

By amfnews

Related Post