Sun. Mar 8th, 2026

ଚୀନ୍‌ରେ କରୋନାଭାଇରସ୍‌ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ୨୫୦୦ ଟପିଲା

122 Views

ନୂଆଦିଲ୍ଲୀ : ଚୀନ୍‌ରେ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୭୭, ୦୦୦ ଊର୍ଦ୍ଧ୍ୱ ବୋଲି ସୋମବାର ଦିନ ଚୀନ୍‌ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି।

ଏହି ଭୂତାଣୁରେ ସଂକ୍ରମିତ ହୋଇ ଚୀନ୍‌ରେ ଏ ପର୍ଯ୍ୟନ୍ତ ସମୁଦାୟ ୨, ୫୯୨ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। କରୋନାଭାଇରସ୍‌ ସଂକ୍ରମଣକୁ ଦମନ କରିବାକୁ ଚୀନ୍‌ ସରକାର ୧୪. ୧୬ ବିଲିୟନ୍‌ ଆମେରିକୀୟ ଡଲାର ମଞ୍ଜୁରି କରିଥିବା କଥା ସହକାରୀ ଅର୍ଥମନ୍ତ୍ରୀ ଓଉ େଓ୍ଵନ୍‌ହାନ୍‌ କହିଛନ୍ତି।

ଚୀନ୍‌ ବାହାରେ ମଧ୍ୟ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଏହା ଉଦ୍‌ବେଗର ବିଷୟ ବୋଲି କୁହାଯାଉଛି। ସୋମବାର ସୁଦ୍ଧା ଦକ୍ଷିଣ କୋରିଆରେ ୭୬୩ଜଣ କରୋନାଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଇଟାଲି ଏବଂ ଇରାନ୍‌ରେ ମଧ୍ୟ କରୋନାଭାଇରସ୍‌ ସଂକ୍ରମଣ ଚିନ୍ତାର କାରଣ ହୋଇଛି।

କରୋନାଭାଇରସ୍‌ ସଂକ୍ରମଣ ଆଶଙ୍କାରେ ଇଟାଲିକୁ ଯାଉଥିବା ଏବଂ ଇଟାଲିରୁ ଆସୁଥିବା ସମସ୍ତ ଟ୍ରେନ୍‌କୁ ଅଷ୍ଟ୍ରିଆ ବନ୍ଦ କରିଛି। ରବିବାର ରାତିରେ ଦୁଇଜଣ ଟ୍ରେନ୍‌ ଯାତ୍ରୀଙ୍କ ଠାରେ କରୋନାଭାଇରସ୍‌ ଲକ୍ଷଣ ଦେଖାଦେବା ପରେ ଏହି କଟକଣା ଲାଗୁ କରାଯାଇଛି।

By amfnews

Related Post