Sat. Jan 4th, 2025

ଚୀନକୁ ୨ ଗୁଣ ରପ୍ତାନୀ ହେଲା ଅଙ୍ଗୁର

By amfnews Nov 28, 2018 #Featured
166 Views

ନୂଆଦିଲ୍ଲୀ, ନଭେମ୍ବର ୨୮: ଚଳିତ ବର୍ଷ ଭାରତୀୟ ଅଙ୍ଗୁର ଚୀନ ବଜାରକୁ ୨ ଗୁଣ ରପ୍ତାନୀ ହୋଇଛି । ଚୀନର ଆମଦାନୀ ସଂସ୍ଥାମାନେ ଭାରତକୁ ଆସିଛନ୍ତି । ଭାରତୀୟ ଅଙ୍ଗୁର ରପ୍ତାନୀ ୨୦୧୭ରେ ପାଖାପାଖି ୨ ଗୁଣ ବଢ଼ିଛି । ଏହା ଦ୍ୱାରା ଭାରତ ୬୭ ଲକ୍ଷ ଡଲାର ବ୍ୟବସାୟ କରିଛି । ବର୍ଷ ୨୦୧୬ରେ ଭାରତରୁ ଚୀନକୁ ୩୫ ଲକ୍ଷ ଡଲାର ଅଙ୍ଗୁର ରପ୍ତାନୀ ହୋଇଥିଲା । ଗତ ବର୍ଷ ଚୀନରେ ଭାରତୀୟ ଅଙ୍ଗୁର ରପ୍ତାନୀ ୫୦ ପ୍ରତିଶତ କମ ହୋଇଥିବା ବେଳେ ଏଥର ଭଲ ହୋଇଛି । ଚୀନର ଅଙ୍ଗୁର ଅମଦାନୀ ସଂସ୍ଥା ଗୁଡ଼ିକ ସିଧାସଳଖ ଅଙ୍ଗୁର ରପ୍ତାନୀ କରିବା ଲାଗି ସଂପର୍କ କରୁଛନ୍ତି ।

ଭାରତୀୟ ଦୂତାବାସ ପକ୍ଷରୁ ମଙ୍ଗଳବାର ଜାରି ଏକ ବୟାନରେ କୁହାଯାଇଛି ଯେ, ଚୀନକୁ ଆମଦାନୀ ହେଉଥିବା ଅଙ୍ଗୁରର ଏହା ହେଉଛି ମାତ୍ର ଏକ ପ୍ରତିଶତ । ଚୀନରେ ପାଖାପାଖି ୬୩ କୋଟି ଡଲାର ଅଙ୍ଗୁର ଆମଦାନୀ ହୋଇଥାଏ । ଭାରତର ମୋଟ ୩୦ କୋଟ ଡଲାର ଫଳ ରପ୍ତାନୀରେ ଏହା ହେଉଛି ମାତ୍ର ୨ ପ୍ରତିଶତ । ଭାରତୀୟ ଅଙ୍ଗୁର ଗୁଆନଝାଉ ଓ ସାଂଘାଇରେ ଲୋକପ୍ରିୟତା ବଢ଼ାଇବାକୁ ଉଦ୍ୟମ କରାଯାଉଛି । ଏଥି ପାଇଁ ଭାରତ ସରକାରଙ୍କ ବାଣିଜ୍ୟିକ ବିଭାଗ କାମ କରୁଛି । ଏଥି ପାଇଁ କୃଷି ଏବଂ ଖାଦ୍ୟ ଉତ୍ପାଦନ ରପ୍ତାନୀ ବିକାଶ କର୍ତ୍ତୃପକ୍ଷ କିଣା-ବିକା କାମ କରୁଛି । ଚୀନକୁ ଭାରତରୁ ଫଳ ରପ୍ତାନୀ ନେଇ ନିକଟରେ ମୁମ୍ବାଇରେ ଏକ ବୈଠକ ବସିଥିଲା, ଯେଉଁଥିରେ ଚୀନର ୨୩ ଜଣ ଆମଦାନୀକାରୀ ଏବଂ ୧୦୦ରୁ ଅଧିକ ଭାରତୀୟ ରପ୍ତାନୀକାରୀ ସଦସ୍ୟ ଉପସ୍ଥିତ ଥିଲେ । ମହାରାଷ୍ଟ୍ରର ନାସିକକୁ ଅଙ୍ଗୁରର ରାଜଧାନୀ କୁହାଯାଇ ଥାଏ । ବର୍ଷ ୨୦୨୦ ପର୍ଯ୍ୟନ୍ତ ୨୦୦ ପ୍ରତିଶତ ଅଙ୍ଗୁର ରପ୍ତାନୀ କରାଯିବା ଲକ୍ଷ୍ୟ ରାଯାଇଛି ।

ଏପିଡାର ଅଧ୍ୟକ୍ଷ ପ୍ରବନ କେ ବୋର୍ଥକୁମାର କହିଛନ୍ତି, ଆମେ ଚୀନ ସରକାରଙ୍କ ଅଧିକାରୀମାନଙ୍କ ସହିତ ଅନେକ ବୈଠକ ଡାକିଛୁ । ଏହା ପରେ ଚୀନ ଅଧିକାରୀମାନେ ନାସିକ ଆସିଛନ୍ତି । ଚୀନର ୧୯ଟି କମ୍ପାନୀରୁ ୨୫ ଜଣିଆ ପ୍ରତିନିଧି ବୈଠକରେ ସାମିଲ ହୋଇଛନ୍ତି । ଏଥିରେ ବିଶ୍ୱର ୫୪ଟି କମ୍ପାନୀରୁ ଶତାଧିକ ପ୍ରତିନିଧି ଯୋଗ ଦେଇଛନ୍ତି ।

By amfnews

Related Post