Mon. Jan 27th, 2025

ଚୀନକୁ ନଜରରେ ରଖି ବାଂଲାଦେଶକୁ ୧୦ ଟି ବ୍ରଡ-ଗେଜ୍ ଲୋକୋମୋଟିଭ୍ ହସ୍ତାନ୍ତର କରିବ ଭାରତ

By amfnews Jul 27, 2020 #Featured
142 Views

ନୂଆଦିଲ୍ଲୀ, ଜୁଲାଇ ୨୭ ;  ଦୁଇ ପଡୋଶୀ ଦେଶ ମଧ୍ୟରେ ଅର୍ଥନୌତିକ ଏବଂ ବାଣିଜ୍ୟିକ ସମ୍ପର୍କକୁ ନବୀକରଣ କରିବା ଉଦ୍ଦେଶ୍ୟରେ ବାଂଲାଦେଶକୁ ୧୦ ଟି ବ୍ରଡ-ଗେଜ୍ ଲୋକୋମୋଟିଭ୍ ହସ୍ତାନ୍ତର କରିବ ଭାରତ । ପୂର୍ବରୁ ୨୦୧୯ ଅକ୍ଟୋବରରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଭାରତ ଗସ୍ତ ସମୟରେ ଏହି ଲୋକୋମୋଟିଭ୍ ଦେବା ନିମନ୍ତେ ଭାରତ ପ୍ରତିଶୃତି ଦେଇଥିଲା ।

ଆଜି ବାଂଲାଦେଶର ବୌଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଭାରତର ରେଳମନ୍ତ୍ରୀ ପୀୟୁଷ ଗୋୟଲ ଏକ ଭର୍ଚୁଆଲ୍ ସମାରୋହରେ ଲୋକୋମୋଟିଭ୍ ହସ୍ତାନ୍ତର କରାଯିବ ।

ଦୁଇ ଦେଶ ମଧ୍ୟରେ ସାମୁଦ୍ରିକ ସଂପର୍କରେ ମଧ୍ୟ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବରେ ଚିହ୍ନିତ ହୋଇଛି, ଗତ ସପ୍ତାହରେ କୋଲକାତା ଠାରୁ ପ୍ରଥମ କଣ୍ଟେନର ମାଲ ପରିବହନ ବାଂଲାଦେଶର ଚାଟୋଗ୍ରାମ ବନ୍ଦର ଦେଇ ଅଗରତାଲାରେ ପହଞ୍ଚିଥିଲା ।

ଏକ ଲାଇନ୍ ଅଫ୍ କ୍ରେଡିଟ୍ରେ ଭାରତ ବାଂଲାଦେଶକୁ ୧୭ ଟି ରେଳ ପ୍ରକଳ୍ପ ପ୍ରତିଶୃତି ଦେଇଛି ଏବଂ ରିପୋର୍ଟ ଅନୁଯାୟୀ ନଅଟି କାର୍ଯ୍ୟ ଶେଷ ହୋଇଛି । ସଂପୂର୍ଣ୍ଣ ପ୍ରକଳ୍ପଗୁଡ଼ିକରେ ଅନ୍ୟମାନଙ୍କ ବ୍ୟତୀତ ସିଗନାଲ୍ ଉପକରଣ, ଲୋକୋମୋଟିଭ୍‌, ୱାଗନ୍‌, ରେଳ ବ୍ରିଜ୍ ଯୋଗାଣ ଅନ୍ତର୍ଭୁକ୍ତ ରହିଛି ।

କିଛି ଦିନ ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ହାସିନାଙ୍କୁ ଇସଲାମାବାଦ ଗସ୍ତ ପାଇଁ ନିମନ୍ତ୍ରଣ କରିଥିଲେ ଏବଂ ଜାମ୍ମୁ ଓ କାଶ୍ମୀର ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଫୋନରେ ବାର୍ତ୍ତାଳାପ ହୋଇଥିଲା । ଏପରିକି ଜାମ୍ମୁ କାଶ୍ମୀର ବିବାଦର ଶାନ୍ତିପୂର୍ଣ୍ଣ ସମାଧାନର ଗୁରୁତ୍ୱ ଉପରେ ଖାନ ଗୁରୁତ୍ୱାରୋପ କରିଛନ୍ତି ବୋଲି ଏକ ପାକିସ୍ତାନୀ ପ୍ରେସ ରିପୋର୍ଟରୁ ଆସିଛି । ଅନ୍ୟପକ୍ଷରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବାଲାଂଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଫୋନ କଲ ପଛରେ ଚୀନର ହାତ ରହିଛି ବୋଲି ଭାରତ ସନ୍ଦେହ କରୁଛି ।

ଗାଲୱାନ ହିଂସାକୁ ନେଇ ନୂଆଦିଲ୍ଲୀ ଏବଂ ବେଜିଂ ମଧ୍ୟରେ ବର୍ତ୍ତମାନ କୂଟନୌତିକ ତିକ୍ତତା ଲାଗି ରହିଛି । ଏହି ସମୟରେ ମଧ୍ୟ ଆମେରିକା ଚୀନ ବିରୋଧରେ ଠିଆ ହେବାକୁ ସମଗ୍ର ବିଶ୍ୱକୁ ଆହ୍ୱାନ ଦେଇଛି । ଚୀନ ମଧ୍ୟ ଏହି ସମୟରେ ଭରତର ପଡୋଶୀ ଦେଶ ମାନଙ୍କୁ ଭାରତ ବିରୋଧୀ କରିବାରେ ଲାଗିଛି ।

ପାକିସ୍ତାନ ସହ ଚୀନର ଭଲ ସମ୍ପର୍କ ରହିଥିବାବେଳେ ସମ୍ପ୍ରତି ନେପାଳରେ ରାଜନୌତିକ ଅସ୍ଥିରତା ଦେଖାଯାଇଛି । ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଭାରତ ବିରୋଧରେ କଠୋର ମନ୍ତବ୍ୟ ଦେଇଛନ୍ତି । ଯାହା ପଛରେ ଚୀନର ହାତ ରହିଛି ବୋଲି ଭାରତ ବିଶ୍ୱାସ କରୁଛି ।

By amfnews

Related Post