Sat. Mar 7th, 2026

ଚିଲିକା କୂଳରେ ବିସ୍ଫୋରଣ, ୪ ଗୁରୁତର

203 Views

ବ୍ରହ୍ମଗିରି, ନଭେମ୍ବର ୦୯: ଚିଲିକା କୂଳରେ ବିସ୍ଫୋରଣ। ବିସ୍ଫୋରଣରେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପୁରୀ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ସେମାନେ ହେଲେ ଅଭିନାଶ ବେହେରା, ଅଭିରାମ ବେହେରା, ନରସିଂହ ବେହେରା ଓ ବବୁଲ ବେହେରା। ଏମାନେ ସମସ୍ତେ ଅରଖକୁଦା ଭାଗବତ ସାହିର। ସମସ୍ତଙ୍କ ଶରୀରର କିଛି କିଛି ଅଂଶ ପୋଡ଼ି ଯାଇଛି।ବିସ୍ଫୋରଣର କାରଣ ଜଣାପଡ଼ିନାହିଁ। କିନ୍ତୁ ବିସ୍ଫୋରଣର ମାତ୍ରା ଏତେ ଜୋର ଥିଲା ଯେ, ଚିଲିକା କୂଳରେ ଥିବା ସବୁ ଗାଁ ଲୋକେ ଭୟଭୀତ ହୋଇ ପଡ଼ିଥିଲେ।

By amfnews

Related Post