Fri. Mar 6th, 2026

ଚିରନିଦ୍ରାରେ ମନୋଜ ଦାସ, 87 ବର୍ଷରେ ତ୍ୟାଗ କଲେ ଶେଷ ନିଶ୍ୱାସ

372 Views

ଭୁବନେଶ୍ୱର, 27.4 : (ଖବର ଓଡିଶା) ଚିର ନିଦ୍ରାରେ ମନୋଜ ଦାସ । ବିଶିଷ୍ଟ ଲେଖକ ତଥା ସାହିତ୍ୟିକ ମନୋଜ ଦାସଙ୍କ ପରଲୋକ । 

ଆଉ ନାହାନ୍ତି ମନୋଜ ଦାସ । 87 ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ପଣ୍ଡିଚେରୀର ଆଶ୍ରମ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏଠାରେ ହି ତାଙ୍କର ଦେହାନ୍ତ ହୋଇଛି।

ମନୋଜ ଦାସଙ୍କ ଦେହାନ୍ତ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇ ଥିଲେ। ସେ ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ।

ସେ ଅମୃତ ଫଳ, ଶେଷ ତାନ୍ତ୍ରିକର ସନ୍ଧାନରେ, ଆରଣ୍ୟକ, ଲକ୍ଷ୍ମୀର ଅଭିସାର, ଆବୁ ପୁରୁଷ, ଶେଷ ବସନ୍ତର ଚିଠି, ଅରଣ୍ୟ ଉଲ୍ଲାସର ଆଦି ପ୍ରସିଦ୍ଧ ପୁସ୍ତକ ଲେଖିଥିଲେ । ୨୦୦୧ରେ ତାଙ୍କୁ ପଦ୍ମଶ୍ରୀ, ୨୦୨୦ରେ ପଦ୍ମଭୂଷଣରେ ସମ୍ମାନିତ କରାଯାଇଥିଲା ।

By amfnews

Related Post