Wed. Dec 25th, 2024

ଚିନ୍ତା ବଢାଇଲାଣି କରୋନାର ନୂଆ ଷ୍ଟ୍ରେନ୍‌, ଏଯାବତ୍ ୬୦ ଦେଶରେ ଏହି ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଥିବା ସ୍ପଷ୍ଟ କଲା WHO

By amfnews Jan 21, 2021 #Featured
255 Views

ନୂଆଦିଲ୍ଲୀ, ଜାନୁଆରୀ ୨୧ : ପୁରା ବିଶ୍ୱରେ କରୋନା ତାଣ୍ଡବ ରଚିବା ପରେ ଏବେ ପୁଣି ଚିନ୍ତା ବଢାଇଛି କରୋନାର ନୂଆ ଷ୍ଟ୍ରେନ୍ । ଏପର୍ଯ୍ୟନ୍ତ ୬୦ଟି ଦେଶରେ କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇ ସାରିଥିବା ନେଇ ସ୍ପଷ୍ଟ କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଅନେକ ଦେଶରେ ଏବେ ଠାରୁ ପୂର୍ବ ଭଳି ଲକଡାଉନ୍ ସଟଡାଉନ୍ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ଗଲାଣି ।

କରୋନାର ଏହି ନୂଆ ଷ୍ଟ୍ରେନ୍ ପ୍ରଥମେ ୟୁକେ ରୁ ବ୍ୟାପିଥିବା ବେଳେ ଏହା ଏବେ ନତଜର କାୟା ବିସ୍ତାର କରିବା ଆରମ୍ଭ କଲାଣି ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ।

ତେବେ ବର୍ତମାନ ଅନେକ ଦେଶ କରୋନା ଭାଇରସ କୁ ନିପାତ କରିବା ପାଇଁ ଭ୍ୟାକ୍ସିନ୍ ହାସଲ କରି ସାରିଥିବା ବେଳେ ଭାରତ ମଧ୍ୟ ଦୁଇ ଦୁଇଟି କରୋନା ଭ୍ୟାକ୍ସିନ୍ ହାସଲ କରି ସାରିଛି । କିନ୍ତୁ କରୋନାର ଏହି ନୂଆ ଷ୍ଟ୍ରେନ୍ କରୋନାରୁ ଅଧିକ ଭୟଙ୍କର ହୋଇଥିବା ବେଳେ ବର୍ତମାନର କରୋନା ଭ୍ୟାକ୍ସିନ୍ ତାକୁ ପ୍ରତିରୋଧ କରିବାରେ ସଫଳ ହେବ ନାହିଁ ବୋଲି ଏବେ ଠାରୁ ଚର୍ଚ୍ଚ ଆରମ୍ଭ ହେଲାଣି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନାର ନୂଆ ଷ୍ଟ୍ରେନ୍ କୁ ନେଇ ଚିନ୍ତା ପ୍ରକଟ କରିବା ସହିତ ଏହି ଷ୍ଟ୍ରେନ୍ ଦେଖାଦେଇଥିବା ଦୋ ଗୁଡିକୁ ସତର୍କ ସୂଚନା ମଧ୍ୟ ଜାରି କରିଛି । ଭାରତରେ ମଧ୍ୟ ବର୍ତମାନ ସୁଦ୍ଧା ପାଖାପାଖି ୧୫୦ ଜଣ ଏହି କରୋନାର ନୂଆ ଷ୍ଟ୍ରେନ୍ ଦ୍ୱାରା ସଂକ୍ରମିତ ହୋଇ ସାରିଲେଣି ।

By amfnews

Related Post