Sun. Mar 8th, 2026

ଚିନ୍ତାରେ ଚାଷୀ; ଧାନକ୍ଷେତରେ ନଈର ଭମ୍ର

186 Views

ବାସୁଦେବପୁର  :   ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରେ ଗତ କିଛିଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ବାସୁଦେବପୁରର କଞ୍ଚୁଡି, ଗମେଇ ଓ ଧଳାନଈର ଉପର ମୁଣ୍ଡରୁ ତଳିଆ ଅଞ୍ଚଳକୁ ବନ୍ୟା ଜଳ ପଶି ଆସିଛି। ଫଳରେ ବ୍ଲକର ଶତାଧିକ ହେକ୍ଟର ଚାଷଜମିରେ ବନ୍ୟା ଜଳ ମାଡ଼ି ଯାଇଛି। ପାଣି ନିଷ୍କାସନ ନ ହେଲେ ଧାନ ଗଛ ପଚିଯିବାର ଆଶଙ୍କା ରହିଛି।

ଚଳିତ ବର୍ଷ ବ୍ଲକରେ ପ୍ରାୟ ୨୧ହଜାର ହେକ୍ଟର ଜମିରେ ଧାନ ଚାଷ କରାଯାଇଥିଲା। ବିଳମ୍ବରେ ବର୍ଷା ହେବା ସତ୍ତ୍ୱେ ଚାଷୀ ବିଲ ହଳ କରି ତଳି ରୋଇଥିଲେ।  ହେଲେ ଅଗଷ୍ଟ ମାସରୁ ଲଘୁଚାପ ବର୍ଷା ଲାଗି ରହିଥିବାରୁ ଚାଷଜମିରେ ଏବେ ପାଣି ମାଡି ଯାଇଛି। ଲଗାଣ ବର୍ଷା ଯଦି ଆଉ ସପ୍ତାହ ଧରି ଲାଗି ରହେ, ତେବେ ନିଶ୍ଚିତ ଧାନକ୍ଷେତ ସମ୍ପୂର୍ଣ୍ଣ ଭାବେ ପଚି ନଷ୍ଟ ହେବାର ଆଶଙ୍କା ଦେଖା ଦେଇଛି।

By amfnews

Related Post