Thu. Jan 23rd, 2025

ଚିନ୍ତାରେ ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ,ପୁଣି ଆସିଲା ମହାଭିଯୋଗ ପ୍ରସ୍ତାବ

By amfnews Jan 12, 2021 #Featured
151 Views

ଦିଲ୍ଲୀ,ଜାନୁଆରୀ ୧୨ : ଏବେ ଚିନ୍ତାରେ ପଡ଼ିଯାଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । କାରଣ ଟ୍ରମ୍ପଙ୍କ ବିରୋଧରେ ଦ୍ୱିତୀୟ ଥର ମହାଭିଯୋଗ ପ୍ରସ୍ତାବ ଆସିଛି । ଟ୍ରମ୍ପ ରାଷ୍ଟ୍ରପତି ପଦରେ ରହିବାକୁ ଯୋଗ୍ୟ ନୁହନ୍ତି କହି ଡେମୋକ୍ରାଟମାନେ ଏହି ମହାଭିଯୋଗ ପ୍ରସ୍ତାବର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଗତ ବୁଧବାର କ୍ୟାପିଟଲ ହିଲରେ ଯେଉଁ ହିଂସାକାଣ୍ଡ ଓ ଅରାଜକତା ହେଲା, ସେଥିପାଇଁ ଟ୍ରମ୍ପଙ୍କୁ ଦାୟୀ କରିଛନ୍ତି ଡେମୋକ୍ରାଟମାନେ ।

ସେମାନେ ଅଭିଯୋଗ କରିଛନ୍ତି, ନିଜ ସମର୍ଥକଙ୍କୁ ଟ୍ରମ୍ପ ଉସୁକାଇବାରୁ ଏଭଳି ଅରାଜକତା ହୋଇଥିଲା । ଏହା ରାଜଦ୍ରୋହ ସହିତ ସମାନ, ସରକାରଙ୍କ ବିରୋଧରେ ଏହା ବିଦ୍ରୋହ ବୋଲି ମଧ୍ୟ କହିଛନ୍ତି । ତେଣୁ ରାଷ୍ଟ୍ରପତି ପଦରେ ରହିବାର ଅଧିକାର ଟ୍ରମ୍ପ ହରାଇଥିବା କହି ତାଙ୍କ ବିରୋଧରେ ଡେମୋକ୍ରାଟମାନେ ମହାଭିଯୋଗ ପ୍ରସ୍ତାବ ଆଣିଛନ୍ତି । ତେବେ ଆସନ୍ତା କାଲି ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭରେ ଏହି ପ୍ରସ୍ତାବ ଉପରେ ଆଲୋଚନା ସହିତ ଭୋଟିଂ ହୋଇପାରେ ।

By amfnews

Related Post