Thu. Dec 26th, 2024

ଚିଟଫଣ୍ଡ୍‌ କମିସନଙ୍କ କାର୍ଯ୍ୟକାଳ ୬ ମାସ ବଢ଼ିଲା

By amfnews Aug 3, 2019 #Featured
174 Views

କଟକ : ଚିଟ୍‌ଫଣ୍ତ୍‌ ମାମଲାର ତଦନ୍ତ କରୁଥିବା ଜଷ୍ଟିସ୍‌ ମଦନ ମୋହନ ଦାସ କମିସନ୍‌ଙ୍କ କାର୍ଯ୍ୟକାଳ ଆଉ ୬ ମାସ ବୃଦ୍ଧି ହୋଇଛି। ଗୃହ ବିଭାଗ ପକ୍ଷରୁ ଆଜି କମିସନଙ୍କ କାର୍ଯ୍ୟକାଳ ୨୦୧୯, ଅଗଷ୍ଟ ୫ରୁ ୬ ମାସ ପାଇଁ ବୃଦ୍ଧି କରାଯିବା ସ˚ପର୍କରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

ପୂର୍ବରୁ କମିସନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ୨୦୧୯, ଫ୍ରେବୁଆରି ୪ରେ ସରିବାକୁ ଥିବା ବେଳେ ୨୦୧୯, ଫେବ୍ରୁଆରି ୧ରେ ଗୃହ ବିଭାଗ ଏହାକୁ ୬ ମାସ ବୃଦ୍ଧି କରିଥିଲା। ଏପରିସ୍ଥଳେ କମିସନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ୨୦୧୯, ଅଗଷ୍ଟ ୪ରେ ପୂରିବାକୁ ଯାଉଥିଲା। ତଦନ୍ତ ପ୍ରକ୍ରିୟା ସରି ନଥିବା ବେଳେ କାର୍ଯ୍ୟକାଳ ବୃଦ୍ଧି ପାଇଁ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ଗୃହ ବିଭାଗକୁ ଗତ ଜୁଲାଇ ମାସରେ ଚିଠି ଲେଖା ଯାଇଥିଲା। ଏହା ପରେ ଗୃହ ବିଭାଗ କମିସନଙ୍କ କାର୍ଯ୍ୟକାଳକୁ ଆସନ୍ତା ୨୦୨୦, ଫେବ୍ରୁଆରି ୪ ତାରିଖ ଯାଏଁ ବୃଦ୍ଧି କରିଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଚିଟ୍‌ଫଣ୍ତ୍‌ ଘଟଣାର ବିଚାରଜ ବିଭାଗୀୟ ତଦନ୍ତ ପାଇଁ ୨୦୧୩, ଜୁଲାଇ ୯ ତାରିଖରେ ଜଣିକିଆ କମିସନ୍‌ ଗଠନ କରାଯାଇଥିଲା। ୨୦୧୩ରେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଆର‌୍‌.କେ.ପାତ୍ରଙ୍କୁ ତଦନ୍ତ ଦାୟିତ୍ବ ପ୍ରଦାନ କରାଯାଇଥିଲା। ଜଷ୍ଟିସ ପାତ୍ରଙ୍କ ପରଲୋକ ପରେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଏମ୍‌.ଏମ୍‌.ଦାସଙ୍କୁ ୨୦୧୫, ଫେବ୍ରୁଆରି ୫ ତାରିଖ ଦିନ ତଦନ୍ତ ଦାୟିତ୍ବ ଅର୍ପଣ କରାଯାଇଥିଲା।

By amfnews

Related Post