Sat. Mar 14th, 2026

ଚିକିତ୍ସା ନହୋଇ ଦିଲ୍ଲୀ ଏମ୍‌ସରୁ ଫେରିଲେ ମନବୋଧ, କାମ ଦେଲାନି ହାରିଗୁହାରି

173 Views

କଟକ : ଚିକିତ୍ସା ନହୋଇ ଦିଲ୍ଳୀ ଏମ୍‌ସରୁ ଫେରିଲେ ମନବୋଧ। ମୁହଁ‌ରେ ହୋଇଥିବା ଟ୍ୟୁମରର ଜନ୍ତ୍ରଣାରୁ ମୁକ୍ତି ପାଇବା ସହ ଜଣେ ସୁସ୍ଥ ବ୍ୟକ୍ତି ଭାବରେ ବଞ୍ଚିବାର ସ୍ବପ୍ନ ‌ନେଇ ଯାଇଥିବା ମନବୋଧ ଓ ତାଙ୍କ ପରିବାରର ସବୁ ସ୍ବପ୍ନ ଧୂଳିସାତ ହୋଇଯାଇଛି। ଦୀର୍ଘ ଦିନର ଅପେକ୍ଷାର କୌଶସି ଫଳ ନମିଳିଥିବାରୁ ସେ ହତାଶ ହୋଇପଡିଛନ୍ତି। ମନବୋଧ ୨୨ ଜୁଲାଇ ୨୦୧୯ରେ କଟକରୁ ଦିଲ୍ଲୀ ଏମ୍‌ସ ଯାଇଥିଲେ। ତାଙ୍କ ସହ ଦୁଇ ସମାଜସେବୀ ଅଭିଜିତ୍‌ ଦାଶ ଏବଂ ପ୍ରହଲ୍ଲାଦ ମହାରଣାଙ୍କ ସମେତ ଜଣେ ସଂପର୍କୀୟ ଭାଇ ଘନ ବାଗ୍‌ ଯାଇଥିଲେ। ଓଡ଼ିଶା ସରକାର ସେମାନଙ୍କର ସମସ୍ତ ଖର୍ଚ୍ଚ ବହନ କରିବା ସହ ସେମାନଙ୍କୁ ଦିଲ୍ଲୀର ଓଡ଼ିଶା ନିବାସରେ ରହିବାର ବନ୍ଦୋବସ୍ତ କରିଥିଲେ। ୨୪ ଜୁନରେ ମନବୋଧ ଦିଲ୍ଲୀ ଏମ୍‌ସ୍‌ର ପ୍ଲାଷ୍ଟିକ ସର୍ଜରୀ ଆଉଟ୍‌ ଡୋରକୁ ଯାଇଥିବା ବେଳେ ସେଠାରୁ ତାଙ୍କୁ ନ୍ୟୁ‌ରୋସର୍ଜରୀ ୱାର୍ଡକୁ ଯିବା ପାଇଁ ପରାମର୍ଶ ଦିଆଯାଇଥିଲା। କିନ୍ତୁ ସାତ ଦିନ ପରେ ନ୍ୟୁରୋସର୍ଜରୀ ବିଭାଗ ତାଙ୍କୁ ଆଡମିଟ କରିବାକୁ ମନା କରିଦେଇଥିଲେ। ଫଳରେ ଚିକିତ୍ସା ନହୋଇ ଫେରିଛନ୍ତି ମନୋବୋଧ ବାଗ୍।

ସମାଜସେବୀ ଅଭିଜିତ ଦାଶ କହିବା ଅନୁଯାୟୀ ସେମାନେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବଦ୍ଧନଙ୍କୁ ଭେଟି ରୋଗୀର ଚିକିତ୍ସା ପାଇଁ ନିବେଦନ ପତ୍ର ଦେଇଥିଲେ। ୩ ଅଗଷ୍ଟ ଶନିବାର ଥିବାରୁ ଏମ୍ସ ହସ୍ପିଟାଲ ବନ୍ଦଥିଲା। ଏବଂ କିଛି ଘଟଣାକୁ ନେଇ ଦିଲ୍ଲୀ ଏମ୍‌ସ ବନ୍ଦଥିଲା ଏବଂ ଷ୍ଟ୍ରାଇକ ମଧ୍ୟ ଚାଲିଥିଲା। ସେଥିପାଇଁ ମନବୋଧକୁ ଆଡ୍‌ମିସନ କରିହେଲାନାହିଁ। ସେହି ଶନିବାର ଦିନ ଓଡ଼ିଶା ନିବାସରେ ସନ୍ଧ୍ୟା ୮ଟାରେ କହିଲେ ଯେ ରାତି ୧୦.୩୦ ରେ ଓଡ଼ିଶା ଫେରିବାକୁ ଟ୍ରେନ ଟିକେଟ ହେଇଯାଇଛି। ଓଡ଼ିଶା ସରକାରଙ୍କର ପ୍ରୋଟକଲ ଅନୁସାରେ ରାତି ୧୦ ଟା ବେଳେ ଆଣି ଷ୍ଟେସନରେ ଛାଡିଦେଲେ। ଯେତେ ଅନୁରୋଧ କଲେ ମଧ୍ୟ ସୋମବାର ପର୍ଯ୍ୟନ୍ତ ଦୁଇ ଦିନ ଓଡିଶା ଭବନରେ ସ୍ଥାନଦେବା ପାଇଁ କେହି ଶୁଣିନଥିଲେ। ଯଦି ସୋମବାର ପର୍ଯ୍ୟନ୍ତ ସ୍ଥାନ ଦିଆଯାଇଥାନ୍ତା ତାହେଲେ ଡକ୍ଟର ହର୍ଷବର୍ଦ୍ଧନଙ୍କ ଚିଠି ଅନୁସାରେ ମନବୋଧକୁ ଏମସ୍‌ରେ ଆଡମିସନ ହୁଏତ ମିଳି ପାରିଥାନ୍ତା ବୋଲି ଅଭିଜିତ କହିଛନ୍ତି।

By amfnews

Related Post