Fri. Jan 24th, 2025

ଚାଷୀ ଆନ୍ଦୋଳନ: ୮ମ ପର୍ଯ୍ୟାୟରେ ଆଲୋଚନା ପୂର୍ବରୁ କୃଷକଙ୍କ ଶକ୍ତି ପ୍ରଦର୍ଶନ, ଆଜି ଟ୍ରାକ୍ଟର ରାଲି

By amfnews Jan 7, 2021 #Featured
159 Views

ନୂଆଦିଲ୍ଲୀ, ଜାନୁଆରୀ ୦୭ : ନୂଆ କୃଷି ଆଇନ ବିରୋଧରେ ପ୍ରଦର୍ଶନ ୪୩ ଦିନରେ ପହଂଚିଛି । ସରକାର ଓ ଚାଷୀ ସଂଗଠନ ମଧ୍ୟରେ ୮ମ ପର୍ଯ୍ୟାୟରେ ଆଲୋଚନା ପୂର୍ବରୁ ଦିଲ୍ଲୀର ସବୁ ସୀମାରେ ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । କୃଷକମାନେ ଆଜି ଟ୍ରାକ୍ଟର ରାଲି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଚାଷୀମାନେ ଏହାକୁ ଜାନୁଆରୀ ୨୬ ପାଇଁ ଟ୍ରାକ୍ଟର ପରେଡ ବୋଲି ମନେ କରୁଛନ୍ତି । ଚାଷୀମାନେ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ଓ ଦେଶର ଅନ୍ୟ ସ୍ଥାନରେ ଟ୍ରାକ୍ଟର ପରେଡ ଆୟୋଜନ କରିବାକୁ ଚେତାବନୀ ଦେଇଛନ୍ତି । 

ଭାରତୀୟ କିଷାନ ୟୁନିୟନର ରାଷ୍ଟ୍ରୀୟ ମୁଖପାତ୍ର ରାକେଶ ଟିକାୟତ କିଷାନ ରାଲି ସଂପର୍କରେ ଗଣମାଧ୍ୟମକୁ କହିଛନ୍ତି ଏହା ଆଲିଗଡ଼ ରୁଟରେ ଯିବ । ଅନ୍ୟ ଏକ ରାଲି ନୋଏଡାରୁ ପାଲୱଲ ରୁଟରେ ଯିବ । ଆମେ ପ୍ରଶାସନକୁ ନିଜର ରୁଟ ସଂପର୍କରେ ସୂଚନା ଦେଇଛୁ । ଏଥି ସହିତ ସେ ଏହା କହିଛନ୍ତି ଯେ, ଟ୍ରାକ୍ଟର ରାଲି ଦିଲ୍ଲୀରେ ପ୍ରବେଶ ହେବ ନାହିଁ । 

ସୂଚନାଯୋଗ୍ୟ, ତିନି କୃଷି ଆଇନ ବିରୋଧରେ ଚାଷୀମାନେ ଗତ ବର୍ଷ ନଭେମ୍ବର ୨୬ ତାରିଖ ଠାରୁ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ ଜାରି ରହିଛି । ଏହି ଆଇନକୁ ସରକାର ବାତିଲ କରନ୍ତୁ ବୋଲି ଚାଷୀ ସଂଗଠନର ନେତାମାନେ ଜିଦ ଧରିଛନ୍ତି । ଚାଷୀ ଆଇନ ନେଇ ଏହାରି ମଧ୍ୟରେ ୭ଟି ପର୍ଯ୍ୟାୟରେ ଆଲୋଚନା ହୋଇଛି । କିନ୍ତୁ ଫଳପ୍ରଦ ହୋଇପାରି ନାହିଁ । ଗତ ଡିସେମ୍ବର ୮ ତାରିଖରେ ଚାଷୀ ସଂଗଠନର ଆହ୍ୱାନ କ୍ରମେ ଭାରତ ବନ୍ଦ ହୋଇଥିଲା । ଏହି ବନ୍ଦକୁ ବିଭିନ୍ନ ରାଜନୈତିକ ଦଳ ଓ ଟ୍ରେଡ ୟୁନିୟନ ମଧ୍ୟ ସମର୍ଥନ ଜଣାଇଥିଲେ । 

By amfnews

Related Post