Thu. Dec 26th, 2024

ଚାଷୀ ଆନ୍ଦୋଳନ ନେଇ ଆମେରିକା ଦେଲା ବୟାନ, ଭାରତ ରଖିଲା ଏମିତି ପ୍ରତିକ୍ରିୟା

By amfnews Feb 5, 2021
175 Views

ନୂଆଦିଲ୍ଲୀ, ଫେବୃଆରୀ ୦୫ : କୃଷି ଆଇନ ବିରୋଧରେ ଚାଷୀଙ୍କ ପ୍ରଦର୍ଶନ ୭୨ ଦିନରେ ଜାରି ଥିବା ବେଳେ ଅନ୍ତର୍ଜାତୀୟ ସ୍ତରରେ ଭାରତ ବିରୋଧରେ ଅପପ୍ରଚାର କରିବାକୁ ଉଦ୍ୟମ ହୋଇଛି । କିନ୍ତୁ ଆମେରିକା ପ୍ରତିକ୍ରିୟା ଦେଇ ସମର୍ଥନ ଜଣାଇଛି । ଆମେରିକା ଦ୍ୱାରା ଚାଷୀ ଆନ୍ଦୋଳନ ଉପରେ ଦିଆଯାଇଥିବା ବୟାନ ଉପରେ ଭାରତ ଏହାର କଡ଼ା ଜବାବ ଦେଇଛି । 

ବିଦେଶ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଆମେରିକାର ବୟାନ ନେଇ କହିଛନ୍ତି ଯେ, ଆମେରିକୀୟ ପ୍ରତିକ୍ରିୟାକୁ ଆମେ ଦେଖିଛୁ ଏବଂ କୌଣସି ବୟାନକୁ ତାର ପୂର୍ଣ୍ଣ ପରିପ୍ରେକ୍ଷ ଭାବେ ଦେଖାଯିବା ଦରକାର । ଆପଣମାନେ ସମସ୍ତେ ଦେଖିଥିବେ ଯେ, ଭାରତରେ କୃଷି ସଂଶୋଧନ ଲାଗି ନିଆଯାଇଥିବା ପଦକ୍ଷେପ ଠିକ କୁହାଯାଇଛି । ଭାରତ ସରକାର ଚାଷୀଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ରାସ୍ତା ବାହାର କରୁଛି । 

ଅନୁରାଗ କହିଛନ୍ତି ଯେ, ଭାରତ ଓ ଆମେରିକା ଉଭୟ ପ୍ରଗତିଶୀଳ ଗଣତନ୍ତ୍ର । ଐତିହାସିକ ଲାଲକିଲ୍ଲା ଓ ଭଙ୍ଗାରୁଜାକୁ ନେଇ ଭାରତରେ ଏମିତି ଭାବନା ସମ୍ମୁଖକୁ ଆସିଛି । ଗତ ଜାନୁଆରୀ ୬ ତାରିଖରେ ଆମେରିକାର କ୍ୟାପିଟାଲ ହିଲ୍ସରେ ଏଭଳି ଘଟଣା ଘଟିଥିଲା । ସ୍ଥାନୀୟ ଆଇନ ଅନୁସାରେ ଏହି ସମସ୍ୟାର ସମାଧାନ କରାଯାଉଛି । ଏଥି ସହିତ ଆମେରିକାର ଆଇନ ବିଭାଗକୁ ଭାରତ ଚିଠି ପଠାଇଛି ଯେ, ଖଲିସ୍ତାନୀ ସମୂହ ଶିଖ ଫର ଜଷ୍ଟିସ ବ୍ୟତୀତ ବିଚ୍ଛିନ୍ନତାବାଦୀ ଅଭିଯାନ ରିଫ୍ରିଡମ ୨୦୨୦ର ତଦନ୍ତ କରାଯାଉ । 

ସୂଚନାଯୋଗ୍ୟ, ଆମେରିକା ପ୍ରଶାସନ ଗୁରୁବାର ଭାରତର ୩ କୃଷି ଆଇନକୁ ସମର୍ଥନ ଜଣାଇଛି ଏବଂ କହିଛି ଯେ, ଏହା ଦ୍ୱାରା ଭାରତୀୟ ବଜାରରେ ଉପଯୋଗିତା ବଢ଼ିବ । ଆମେରିକା ଏଭଳି ପଦକ୍ଷେପକୁ ସ୍ୱାଗତ ଜଣାଉଛି, ଯାହାକି ଭାରତର ଆର୍ଥିକ ବଜାରରେ ସଂଶୋଧନ ଆଣିବ । 

By amfnews

Related Post