Mon. Dec 23rd, 2024

ଚାଷୀ ଆନ୍ଦୋଳନ: ଆଜି ହେବ କୃଷକ ଓ ସରକାରଙ୍କ ମଧ୍ୟରେ ୭ମ ପର୍ଯ୍ୟାୟର ଆଲୋଚନା

By amfnews Jan 4, 2021 #Featured
237 Views

ନୂଆଦିଲ୍ଲୀ, ଜାନୁଆରୀ ୦୪ : ନୂଆ କୃଷି ଆଇନକୁ ନେଇ ୨୦୨୦ ନଭେମ୍ବର ୨୬ ତାରିଖ ଠାରୁ ଚାଲିଥିବା ଆନ୍ଦୋଳନ ନେଇ ଆଜି କୃଷକ ଓ ସରକାରଙ୍କ ମଧ୍ୟରେ ଆଲୋଚନା ହେବ । ଚାଷୀ ଆନ୍ଦୋଳନକୁ ଆଜି ୪୦ ଦିନ ହୋଇଥିବା ବେଳେ ଏହାର ପୂର୍ବରୁ ୬ଟି ପର୍ଯ୍ୟାୟରେ ଆଲୋଚନା ବିଫଳ ହୋଇଛି । ଆଜି ଅପରାହ୍ନ ୨ଟାରେ ଦିଲ୍ଲୀର ବିଜ୍ଞାନ ଭବନରେ ଚାଷୀନେତା ଓ ସରକାରଙ୍କ ମଧ୍ୟରେ ୭ମ ପର୍ଯ୍ୟାୟରେ ଆଲୋଚନା ହେବ । 

ଏହା ପୂର୍ବରୁ ଚାଷୀ ନେତା ଓ ସରକାରଙ୍କ ମଧ୍ୟରେ ଗତ ମାସ ୩୦ ତାରିଖରେ ବୈଠକ ହୋଇଥିଲା । ଏହି ବୈଠକରେ ଦୀର୍ଘ ୫ ଘଣ୍ଟା ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା । ବିଦ୍ୟୁତ ଦର ବୃଦ୍ଧି ଓ ନଡା ଜଳାଇବା ଉପରେ ଦଣ୍ଡକୁ ନେଇ ଚାଷୀଙ୍କ ଯେଉଁ ଚିନ୍ତା ଥିଲା, ତାହାର ସମାଧାନ ହୋଇଥିଲା । କିନ୍ତୁ ଅନ୍ୟ ୨ଟି ବଡ଼ ଦାବିର ସମାଧାନ ହୋଇପାରି ନଥିଲା । ଚାଷୀଙ୍କ ଦାବି ଯେ, ଏମଏସପି (ସର୍ବନିମ୍ନ ସମର୍ଥନ ମୂଲ୍ୟ) ନେଇ  ଆଇନଗତ ଗ୍ୟାରେଣ୍ଟି ଓ ତିନି କୃଷି ଆଇନକୁ ବାତିଲ କରାଯାଉ । 

ଏହାରି ମଧ୍ୟରେ ଚାଷୀମାନେ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି । ଜଣେ ଚାଷୀ ନେତା ମନଜୀତ ସିଂହ ରାୟ କହିଛନ୍ତି ଯେ, ଆମେ ଜାନୁଆରୀ ୧୩ ତାରିଖରେ ନୂଆ ଆଇନର କପି ଜଳାଇ ଲୋହଡି ପର୍ବ ପାଳନ କରିବୁ । ରାୟ ଲୋକଙ୍କ ନିକଟରେ ଅପିଲ କରିଛନ୍ତି ଯେ, ସେମାନେ କେବଳ ଜାନୁଆରୀ ୬ରୁ ୨୦ ଯାଏଁ ଚାଷୀଙ୍କ ସମର୍ଥନରେ ଦେଶବ୍ୟାପୀ ଧାରଣା-ପ୍ରଦର୍ଶନ ଆୟୋଜନ କରନ୍ତୁ । ସେ କହିଛନ୍ତି ଯେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ଜାନୁଆରୀରେ ‘ଆଜାଦ ହିନ୍ଦ କିସାନ ଦିବସ’ ଭାବେ ପାଳନ କରିବେ । 

By amfnews

Related Post