Tue. Mar 10th, 2026
253 Views

ଧର୍ମଗଡ଼  : ସରକାରୀ ମଣ୍ଡି ବନ୍ଦ ହୋଇ ଯିବାରୁ ଧାନ ବିକ୍ରୟ କରି ପାରି ନ ଥିବା ଚାଷୀମାନେ ସୋମବାର ସକାଳୁ ଧର୍ମଗଡ଼ର ଚାରିଛକ ଠାରେ ଧାନବସ୍ତା ଥୋଇ ରାଜପଥ ଅବରୋଧ କରିଛନ୍ତି। ଆଖପାଖ ଅଞ୍ଚଳରୁ ୨୦୦ ସରିକି ଚାଷୀ ଧର୍ମଗଡ଼-ଭବାନୀପାଟଣା ରାସ୍ତାର ଚାରିଛକରେ ପ୍ରାୟ ୧୫ ହଜାର ଧାନବସ୍ତା ଜମା କରି ସକାଳ ପ୍ରାୟ ୭ଟାରୁ ଅନିର୍ଦ୍ଦିଷ୍ଟ ସମୟ ଯାଏଁ ଅବରୋଧ ଆରମ୍ଭ କରିଛନ୍ତି। ଜୁନ୍‌ ୩୦ ତାରିଖ ଠାରୁ ପ୍ରଶାସନ ଧାନମଣ୍ଡି ବନ୍ଦ କରି ଦେବାରୁ ଅନେକ ଚାଷୀ ସେମାନଙ୍କ ଧାନ ବିକ୍ରୟ କରି ପାରି ନ ଥିଲେ। ପୁଣି ଥରେ ଧାନମଣ୍ଡି ଖୋଲି ଧାନ କିଣିବାକୁ ଚାଷୀମାନେ ଦାବି କରୁଛନ୍ତି। ପୁଣି ଥରେ ମଣ୍ଡି ଖୋଲିବ ବୋଲି ଗତ ୩ ତାରିଖରେ ସ୍ଥାନୀୟ ପ୍ରଶାସନ ତରଫରୁ ପ୍ରତିଶ୍ରୁତି ଦିଆଯାଇଥିଲେ ସୁଦ୍ଧା ତାହା ଅଦ୍ୟାବଧି ପାଳନ କରାଯାଇ ନାହିଁ।

ରାସ୍ତା ଅବରୋଧ ଯୋଗୁଁ ସିନାପାଲି ଛତିଶଗଡ଼ ମଧ୍ୟରେ ଯାନବାହନ ଚଳାଚଳ ବନ୍ଦ ରହିଛି। ରାଜନୈତିକ ଦଳ କଂଗ୍ରେସ ଓ ବିଜେପି ଚାଷୀମାନଙ୍କର ପ୍ରତିବାଦକୁ ସମର୍ଥନ ଜଣାଇଛି।

By amfnews

Related Post