Thu. Mar 12th, 2026

ଚାଲିଛି ସାଉଥକୋର ବିଜୁଳି କାଟ୍ ଅଭିଯାନ, ଜୟପୁରରେ ବାକି ପଡିଛି ୮୨ କୋଟି ଟଙ୍କାର ବିଜୁଳି ବିଲ

220 Views

ଜୟପୁର: ସେସକୋ ପରେ ଏବେ ଦକ୍ଷିଣ ଓଡିଶାରେ ବିଦ୍ୟୁତ ବିତରଣକାରୀ ସଂସ୍ଥା ସାଉଥକୋ ଆରମ୍ଭ କରିଛି ବିଜୁଳିକାଟ ଅଭିଯାନ । ଫେବ୍ରୁଆରୀ ୧୫ ତାରିଖ କଂଟ ସରିଯିବା ପରେ ଆକ୍ସନ ମୁଡରେ ବିଦ୍ୟୁତ ବିତରଣକାରୀ ସଂସ୍ଥା ସାଉଥକୋ । ୫ ମାସରୁ ଉର୍ଦ୍ଧ୍ବ କିମ୍ଭା ୫ ହଜାର ଟଙ୍କାରୁ ଅଧିକ ବିଲ ବକେୟା ରଖିଥିବା ଉପଭୋକ୍ତାଙ୍କ ବିଦ୍ୟୁତ ସଂଯୋଗକୁ ବିଛିନ୍ନ କରାଯାଉଛି ।ଏହି ଟଙ୍କା ଆଦାୟ କରିବା ପାଇଁ ସାଉଥକୋ ଜୟପୁରରେ ଏବେ କଡା ଆଭିମୁଖ୍ୟ ଗ୍ରହଣ କରିଛି। ପ୍ରଥମ ପର୍ଯ୍ୟାୟରେ ବ୍ୟବସାୟିକ ପ୍ରତିଷ୍ଠାନର ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଉଥିବାବେଳେ ଜୟପୁର, ବୋରିଗୁମ୍ମା, ରଣ୍ଡାପଲ୍ଲୀ, କୁନ୍ଦୁରା, ବୈପାରୀଗୁଡା, ଲମତାପୁଟ ସମେତ ୪ଟି ବ୍ଲକରେ ବିଦ୍ୟୁତ୍ କାଟ ଚାଲିଛି | ସାଉଥକୋ ଅଧିନରେ ଆସୁଥିବା ୮ଟି ଜିଲ୍ଲାରେ ଏହି ବିଜୁଳି କାଟ୍ ଅଭିଯାନ ଆରମ୍ଭ ହୋଇଛି ।

ସାଉଥକୋ ଅଧିନରେ ଆସୁଥିବା ୮ଟି ଜିଲ୍ଲାରେ ୨୨ ଲକ୍ଷରୁ ଅଧିକ ଉପଭୋକ୍ତା ଅଛନ୍ତି । ଏମାନଙ୍କ ମଧ୍ୟରୁ ୧୫ ଲକ୍ଷରୁ ଅଧିକ ଉପଭୋକ୍ତାଙ୍କ ପ୍ରାୟ ୧୩ଶହ କୋଟି ଟଙ୍କାର ବିଜୁଳି ବିଲ୍ ବାକି ପଡ଼ିଛି । ସେହିପରି ସାଉଥକୋ ୟୁଟିଲିଟିର ଜୟପୁର ବିଦ୍ୟୁତ ଡିଭିଜନରେ ପ୍ରାୟ ୮୨.୩୫ କୋଟି ଟଙ୍କାର ବିଜୁଳି ବିଲ ବାକି ପଡିଛି। ଜୟପୁରରେ ଥିବା ସାଉଥକୋ ୟୁଟିଲିଟିର ଡିଭିଜନ ଅଧୀନରେ ଜୟପୁର ସମେତ, ଲମତାପୁଟ, ବୈପାରିଗୁଡା, କୁନ୍ଦୁରା, ବୋରିଗୁମ୍ମା ଓ କୋଟପାଡ ରହିଥିବାବେଳେ ଜୟପୁରଠାରୁ ବିଦ୍ୟୁତ ବିତରଣ କରୁଛି।

ଏହି ସବୁ ଅଞ୍ଚଳରେ ୧ ଲକ୍ଷ ୫୨ ହଜାର ୨୩୭ ଜଣ ବିଦ୍ୟୁତ ଉପଭୋକ୍ତା ରହିଛନ୍ତି। କିନ୍ତୁ ସାଉଥକୋ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ଉପଭୋକ୍ତାଙ୍କ ମଧ୍ୟରୁ କେବଳ ୩୦ହଜାର ଉପଭୋକ୍ତା ସେମାନଙ୍କ ବିଜୁଳି ବିଲ ନିୟମିତ ପୈଠ କରୁଛନ୍ତି। ଆଉ ସବୁ ଖିଲାପ କରିବା ସହ ବର୍ଷକୁ ବର୍ଷ ଏହା ଗଡି ଚାଲିଛି ବକେୟ ବିଲ୍। ଏଥିରେ ବ୍ୟକ୍ତିଗତ ସଂଯୋଗ ସହ ସରକାରୀ କାର୍ଯ୍ୟାଳୟ ମଧ୍ୟ ରହିଛି।

By amfnews

Related Post