Sat. Nov 23rd, 2024

ଚାରି ବର୍ଷର ପ୍ରେମ ତପସ୍ୟା ୪ ଦିନରେ ଶେଷ, ଆତ୍ମହତ୍ୟା କଲେ ନବଦମ୍ପତି

By amfnews Jul 5, 2020 #Featured
218 Views

ଗାଜିଆବାଦ, ଜୁଲାଇ ୦୫ : ଉତ୍ତରପ୍ରଦେଶର ଗାଜିଆବାଦ ଥାନା ଅନ୍ତର୍ଗତ କବୀରନଗରରେ ନବବିବାହିତ ଦମ୍ପତ୍ତି ଆତ୍ମହତ୍ୟା କରିଛନ୍ତି । ଏମାନେ ବିବାହର ୪ ଦିନ ପରେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଛନ୍ତି । ସବୁଠାରୁ ବଡ଼ କଥା ହେଲା ଯେ, ବିବାହ ପୂର୍ବରୁ ଉଭୟଙ୍କର ୪ରି ବର୍ଷର ପ୍ରେମ ସଂପର୍କ ଥିଲା । ୪ ବର୍ଷର ପ୍ରେମ ତପସ୍ୟା ମାତ୍ର ୪ ଦିନ ତିଷ୍ଠି ପାରିଛି । ଜଣେ ଚଳନ୍ତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ବେଳେ ଅନ୍ୟ ଜଣେ ପଙ୍ଖାରେ ଝୁଲି ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି ।

ଗାଜିଆବାଦରେ ଏକ ଘରୋଇ ଟ୍ୟୁସନ ସଂସ୍ଥାରେ ଶିକ୍ଷକ ବିଶାଳ ଓ ନୋଏଡାର ଏକ ଆଇଟି କଂପାନୀରେ ଏଚଆର ଟିମରେ କାର୍ଯ୍ୟରତ ନିଶାଙ୍କ ମଧ୍ୟରେ ୪ ବର୍ଷ ତଳେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ଉଭୟ ଗାଜିଆବାଦରେ ରହୁଥିଲେ । କିଛି ଦିନ ତଳେ ଉଭୟ ପରିବାର ଲୋକେ ବିବାହକୁ ସ୍ୱୀକୃତି ଦେଇଥିଲେ । ଏହା ପରେ ଗତ ଜୁନ  ୨୯ ତାରିଖରେ କୋଭିଡ-୧୯ କଟକଣା ଅନୁସାରେ ବିବାହ ଆୟୋଜନ ହୋଇଥିଲା । କିନ୍ତୁ କେହି ବି ବିଶ୍ୱାସ କରିପାରୁ ନାହାନ୍ତି ଯେ, ନବଦମ୍ପତିଙ୍କ ବିବାହ ୪ ଦିନ ପାଇଁ ତିଷ୍ଠି ରହିବ ।

ପରିବାର ଲୋକଙ୍କ କହିବା ଅନୁସାରେ ପରିବାର ଲୋକଙ୍କ କହିବା ଅନୁସାରେ ବିବାହର ୪ ଦିନ ପରେ ବିଶାଳଙ୍କ ମୃତଦେହ ରେଳଲାଇନରୁ ଉଦ୍ଧାର ହୋଇଛି । ସେହପିର ନିଶାର ମୃତଦେହକୁ ପଙ୍ଖାରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି ।

By amfnews

Related Post