Tue. Mar 10th, 2026

ଚାରି ପ୍ରେମିକାଙ୍କୁ ଦାମିକା ଉପହାର ଦେବା ଲାଗି ଲୁଟ୍ କରୁଥିଲା ଯୁବକ, ପୁଲିସ୍ ହାତରେ ଧରାପଡ଼ିଲା

Close up of male hands in bracelets behind back
285 Views

ଆଗ୍ରା: ଜଣେ ଯୁବକ ନିଜର ଚାରି ପ୍ରେମିକାଙ୍କୁ ଦାମିକା ଉପହାର ଦେବା ଲାଗି ଲୁଟେରା ବନିଥିବା ଘଟଣା ସାମ୍ନାକୁ ଆସିଛି। ପୁଲିସ୍ ଉକ୍ତ ଲୁଟେରାକୁ ଗିରଫ କରିଥିବା ଜଣାଯାଇଛି।
ଲୁଟେରା ଯୁବକଜଣକ ମହିଳାମାନଙ୍କଠାରୁ ପର୍ସ ଲୁଟି ନେଇ ସେଥିରେ ଥିବା ଟଙ୍କାରେ ଦାମିକା ସାମଗ୍ରୀ କିଣି ଲୁଟେରା ଯୁବକ ନିଜର ଚାରି ପ୍ରେମିକାଙ୍କୁ ଦେଉଥିଲା ବୋଲି ପୁଲିସ୍ ଆଗରେ ସ୍ବୀକାର କରିଛି।
ପୁଲିସ ସେହି ଲୁଟେରାକୁ ଗିରଫ କରିଛି । ପୁଲିସ କହିଛି ଯେ, ଲୁଟେରା ନିଜର ୪ ଜଣ ପ୍ରେମିକାଙ୍କୁ ଦାମିକା ଉପହାର ଦେବା ପାଇଁ ଲୁଟ୍ କରୁଥିଲା  ଅଭିଯୁକ୍ତ ପାଖରୁ ଲୁଟ୍ ହୋଇଥିବା ୩ଟି ପର୍ସ, ୪ଟି ଅପାଚେ ବାଇକ୍ ଓ ୨ଟି ମୋବାଇଲ୍ ଜବତ ହୋଇଛି ।
ଉତ୍ତର ପ୍ରଦେଶର ହରିପର୍ବତ ଥାନା ଅଧିକାରୀ ଅଜୟ କୌଶଲଙ୍କ ସୂଚନା ଅନୁଯାୟୀ, ଜଣେ ମହିଳା ନିଜର ଦିଅରଙ୍କ ସହିତ ଯାଉଥିଲେ । ସେହି ସମୟରେ ୨ ନମ୍ବର ଜାତୀୟ ରାଜପଥ ନିକଟରେ ପଛପଟରୁ ଦ୍ରୁତଗତିରେ ଆସୁଥିବା ଏକ ବାଇକ୍ ଆରୋହୀ ପର୍ସ ଲୁଟ୍ କରି ଫେରାର୍ ହୋଇଯାଇଥିଲା । ଏହାପରେ ମହିଳାଜଣକ ହରିପର୍ବତ ଥାନାରେ ଏନେଇ ଅଭିଯୋଗ କରିଥିଲେ। ତାପରେ ପୁଲିସ୍ ସିସିଟିଭି ଫୁଟେଜ ଯାଞ୍ଚ କରି ଉକ୍ତ ଲୁଟେରାକୁ ଗିରଫ କରିବାରେ ସକ୍ଷମ ହୋଇଥିଲା।

ଲୁଟେରା ଗିରଫ ହେବା ପରେ ପୁଲିସ ପଚରାଉଚରା ବେଳେ ଜାଣିବାକୁ ପାଇଥିଲା ଯେ, ଅଭିଯୁକ୍ତ ବିଷ୍ଣୁ ଚୌହାନର ୪ ଜଣ ପ୍ରେମିକା ଅଛନ୍ତି । ସେ ସବୁବେଳେ ପ୍ରେମିକାମାନଙ୍କୁ ଭେଟିବାକୁ ଯାଉଥିଲା । ସେ ଯେତେବେଳେ ବି ସେମାନଙ୍କୁ ଭେଟିବାକୁ ଯାଉଥିଲା, କିଛି ଦାମିକା ଉପହାର ନେଇ ଯାଉଥିଲା । ପାଖରେ ଟଙ୍କା ନ ଥିବା ହେତୁ, ରାସ୍ତାରେ ଯାଉଥିବା ଲୋକଙ୍କଠାରୁ ଲୁଟ୍ କରୁଥିଲା । ଏକାକୀ ଯାଉଥିବା ମହିଳାଙ୍କଠାରୁ ବିଷ୍ଣୁ ଅଧିକ ଲୁଟ୍ କରୁଥିଲା ।

By amfnews

Related Post