Wed. Mar 11th, 2026

ଚାନ୍ଦିପୁରରେ ବ୍ରହ୍ମୋସ ମିସାଇଲର ସଫଳ ପରୀକ୍ଷଣ

318 Views

ଚାନ୍ଦିପୁର: ଚାନ୍ଦିପୁରରେ ଥିବା କ୍ଷେପଣାସ୍ତ୍ର କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡ଼ରୁ ଆଜି ସକାଳ ୮.୪୫ରେ ସୁପରସୋନିକ କ୍ରୁଜ଼ ମିଜାଇଲ ବ୍ରହ୍ମୋସ ପରୀକ୍ଷା କରାଯାଇଛି । ଏହି ପରୀକ୍ଷା ପାଇଁ ପ୍ରତିରକ୍ଷା ବିଭାଗ ତରଫରୁ ପ୍ରସ୍ତୁତି ଚୂଡାନ୍ତ କରାଯାଇଥିଲା। ଋଷ ଓ ଭାରତର ମିଳିତ ସହଯୋଗରେ ନିର୍ମିତ ଏହି କ୍ଷେପଣାସ୍ତ୍ରକୁ ଯେକୌଣସି ପରିସ୍ଥିତିରେ ସ୍ଥଳଭାଗ, ଯୁଦ୍ଧ ଜାହାଜ ଓ ରେଳ ଲଞ୍ଚରରୁ ଉତକ୍ଷେପଣ କରାଯାଇପାରିବ। ଶବ୍ଦର ବେଗ ଠାରୁ ୩ ଗୁଣ ଅଧିକ ବେଗରେ ଗତି କରିପାରୁଥିବା ବ୍ରହ୍ମୋସ ମିସାଇଲରେ ଦୁଇଟି ଷ୍ଟେଜ ବିଶିଷ୍ଟ ଇଂଜିନ ବ୍ୟବହାର କରାଯାଇଛି।

୩ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କ୍ଷମତା ରଖିଥିବା ଏହି କ୍ଷେପଣାସ୍ତ୍ର ସ୍ଥଳଭାଗରୁ ୪୫୦ କିଲୋମିଟର ୬୦୦ କିଲୋମିଟର ଲକ୍ଷ୍ୟଭେଦ କରିପାରୁଥିବା ବେଳେ, ବାୟୁସେନାର ଯୁଦ୍ଧ ବିମାନରୁ ୪ଶହ କିଲୋମିଟର ପର୍ଯ୍ୟନ୍ତ ଟାର୍ଗେଟ ହିଟ କରିପାରିବାର କ୍ଷମତା ରଖିଛି।

ଘଣ୍ଟା ପ୍ରତି ୩ହଜାର ୪ଶହ କିଲୋମିଟରରୁ ୩ହଜାର ୭ଶହ କିଲୋମିଟର ବେଗରେ ଗତି କରିପାରୁଥିବା ସୁପର ସୋନିକ କ୍ରୁଜ଼ ମିଜାଇଲ ବ୍ରହ୍ମୋସକୁ ୨୦୦୬ ମସିହାରୁ ପ୍ରତିରକ୍ଷା ବିଭାଗରେ ବ୍ୟବହାର କରାଯାଇଛି। ଏହାର ଲମ୍ବ ୮.୪ ମିଟର, ମୋଟେଇ ୦.୬ ମିଟର ଓ ଓଜନ ୩ ହଜାର କିଲୋଗ୍ରାମ ରହିଛି |

By amfnews

Related Post