Tue. Mar 11th, 2025

ଚାନ୍ଦବାଲିରେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର

By amfnews Nov 26, 2019 #Featured
139 Views

ଚାନ୍ଦବାଲି: ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ବଡ଼ଓସ୍ତିଆ ପଞ୍ଚାୟତ ଅନ୍ତର୍ଗତ ଗୋପାଳପୁର ଗାଁର ୰ ଚୁଙ୍ଗା ସାହୁଙ୍କ ସାନପୁଅ ବସନ୍ତ ସାହୁଙ୍କ ମୃତ ଦେହ ଘର ପଛପଟେ ମାତ୍ର ୫୦ଫୁଟ ଦୁରରେ ଥିବା ପୋଖରୀ ହୁଡ଼ାରେ ଏକ ଜରି ଛାମଡ଼ା ପଲା ରେ ଝୁଲନ୍ତା ଅବସ୍ଥା ଉଦ୍ଧାର କରାଯାଇଛି ।ଘଟଣାସ୍ଥଳରେ ଚାନ୍ଦବାଲି ପୁଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଥିବା ବେଳେ ଘଟଣାସ୍ଥଳର ପାରିପାର୍ଶ୍ୱିକ ସ୍ଥିତିକୁ ତଦନ୍ତ କରିଛି। ଶବ ଜବତ ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଚାନ୍ଦବାଲି ମେଡ଼ିକାଲକୁ ପଠାଇଛି ।

ମିଳିଥିବା ସୁଚନା ଅନୁସାରେ ଗୋପାଳପୁର ଗାଁର ୰ ଚୁଙ୍ଗା ସାହୁଙ୍କ ୩ପୁଅ ସମସ୍ତ ଭିନେ ହୋଇଛନ୍ତି । ବଡ଼ପୁଅ ଦୀନବନ୍ଧୁ ସାହୁ ଓରଫ କାଳିଆ ଗାଁରେ ପିଲାମାନଙ୍କୁ ନେଇ ରହୁଥିବା ବେଳେ ମଝିଆଁ ପୁଅ ବାବିନ ସାହୁ ସ୍ତ୍ରୀ ପିଲାଙ୍କୁ ନେଇ ଦିଲ୍ଲୀରେ ରୁହନ୍ତି ଏବଂ ସାନ ପୁଅ ବସନ୍ତ ମୃତ ସାହୁ ଯାଜପୁର ଜିଲ୍ଲାର ମାଇନସରେ କାମ କରୁଥିବା ବେଳେ ସ୍ତ୍ରୀ ଓ ପିଲା ଛୁଆଙ୍କୁ ନେଇ ଭଦ୍ରକରେ ରହୁଥିଲେ ।
ଗତ ସପ୍ତାହରେ ସେ କର୍ମକ୍ଷେତ୍ରକୁ ଯାଉଛନ୍ତି କହି ଘରୁ ଆସିଥିଲେ ହେଲେ ବସନ୍ତ କର୍ମକ୍ଷେତ୍ରକୁ ନଯାଇ ନିଜ ଘର ଗୋପାଳପୁରକୁ ଗାଁ ଆସି ରହିଥିଲେ। ଗତ କିଛି ଦିନ ହେବ ପୈତୃକ ସମ୍ପତ୍ତିକୁ ନେଇ କଳି ଝଗଡ଼ା ଲାଗିରହୁଥିଲା ତେବେ ଗତକାଲି ମଧ୍ୟ ଏହି ଘଟଣାକୁ ନେଇ ଉଭୟ ଭାଇଙ୍କ ମଧ୍ୟରେ ବଚସା ଲାଗିରହିଥିବା ଗ୍ରାମ ଲୋକଙ୍କଠାରୁ ଶୁଣିବାକୁ ମିଳିଛି । ଆଜି ସକାଳେ ତାଙ୍କ ଘର ପଛ ପଟେ ପୋଖରୀ ହୁଡ଼ାରେ ଥିବା ଜରି ପଲାରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ମୃତକ ବସନ୍ତଙ୍କ ବେକରେ ଜରି ଗୁଡ଼ାହୋଇଥିବା ବେଳେ ମାତ୍ର ୫ଫୁଟ ଉଚ୍ଚତାରେ ବେକ ଓହଳି ହୋଇଥିଲା ତାଙ୍କ ଗୋଡ଼ ଭୁମିରେ ଲାଗିଥିବା ହେତୁ ଘଟଣା ସନ୍ଦେହଜନକ ରହିଛି।

ଏସମ୍ପର୍କରେ ଆମେ ତାଙ୍କ ବଡ଼ ଭାଇ ଦୀନବନ୍ଧୁଙ୍କୁ ପଚାରିବାରେ ସେ କହିଛନ୍ତି, ଗତକାଲି ରାତି ୧୦ଟାରେ ସେ ପଳାଇ ଯାଇଥିଲେ ହେଲେ ଆଜି ସକାଳୁ ତାଙ୍କ ମୋଟର ସାଇକେଲ ଘର ଅଗରେ ରଖାଯାଇଥିବା ବେଳେ ପୋଖରୀ ହୁଡ଼ାରେ ପଲାରେ ଝୁଲୁଥିବା ଅବସ୍ଥାରେ ଆମେ ଠାବ କରିଥିଲୁ ।

By amfnews

Related Post