Tue. Mar 10th, 2026

ଚାକିରି ଦେବାକୁ କହି ଠକି ନେଲେ କୋଟିଏ ଟଙ୍କା

468 Views

ଫୁଲବାଣୀ : ନିଜକୁ ସରକାରୀ କର୍ମଚାରୀ ପରିଚୟ ଦେଇ ଚାକିରି ଦେବା ବାହାନାରେ ଲୋକଙ୍କଠାରୁ ଟଙ୍କା ଆଦାୟ କରିବା ଅଭିଯୋଗରେ ପୁଲିସ୍‌ ଜଣେ ଯୁବକକୁ ଗିରଫ କରିଛି। ତା’ ନାଁ ରୋହିତ ବେହେରା। ତା’ ନିକଟରୁ ପୁଲିସ୍ ୮୧ହଜାର ଟଙ୍କା, ୪ଟି ମୋବାଇଲ, ୭ଟି ଏଟିଏମ୍, ୫ଟି ପାସବୁକ୍ ଓ ୧୫ଟି ସିଲ୍‌ ସହ ଅନେକ ଜାଲି କାଗଜପତ୍ର ଜବତ କରିଛି।

ରୋହିତ ନିଜକୁ ସରକାରୀ କର୍ମଚାରୀ ପରିଚୟ ଦେଇ ଚାକିରି ଦେବା ବାହାନାରେ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିଲା। ଏନେଇ କିଛି ଲୋକ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ଘଟଣାର ତଦନ୍ତ କରି ଗୁରୁବାର ରାତିରେ ରୋହିତକୁ ଗିରଫ କରିଥିଲା।

କନ୍ଧମାଳ ଏସ୍‌ପି ପ୍ରତୀକ ସିଂ କହିଛନ୍ତି,“ ରୋହିତ ୨୦୦୮ ମସିହାରୁ ସରକାରୀ କର୍ମଚାରୀ ପରିଚୟ ଦେଇ ଚାକିରି କରାଇ ଦେବା ନାଁରେ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଥିଲା। ସେ ପ୍ରାୟ ଏକ କୋଟି ଟଙ୍କା ଠକେଇ କରିଛି।” ରୋହିତଙ୍କ ସ୍ତ୍ରୀ ଜୟନ୍ତି ବେହେରା କହିଛନ୍ତି,‘‘ ମୋ ସ୍ୱାମୀକୁ ପୁଲିସ୍ ରାତି ଅଧିଆ ଘରୁ ଉଠାଇ ନେଇ ମାଡ଼ ମାରିଛି। ସେ ମେଡିକାଲର ଅଛନ୍ତି। ଏନେଇ ମୁଁ  ଗତକାଲି ଏସ୍‌ପିଙ୍କୁ ଭେଟିଥିଲି।”

By amfnews

Related Post